ସନ୍ଦେଶଖାଲି ବିବାଦ: TMC ନେତା ଶେଖ୍ ଶାହାଜାହାନ୍ ଗିରଫ, ୫୫ ଦିନ ପରେ ଗିରଫ

TMC ନେତା ଶେଖ୍ ଶାହାଜାହାନ୍ ଗିରଫ । ସନ୍ଦେଶଖାଲି ଅଞ୍ଚଳରୁ ଶେଖ୍ ଶାହାଜାହାନ୍‌ଙ୍କୁ ଗିରଫ କଲା ପୋଲିସ । ଘଟଣାର ୫୫ ଦିନ ପରେ ଗିରଫ କଲା କୋଲକାତା ପୋଲିସ ।

ସୂଚନା ଅନୁସାରେ, ଆଜି ସକାଳେ ସରବେରିଆ ଅଞ୍ଚଳରୁ ପୋଲିସ ତାକୁ ଗିରଫ କରିଥିବା । ଆଜି ଅଭିଯୁକ୍ତ ଶାହାଜାହନକୁ କୋର୍ଟରେ ହାଜର କରାଯିବ । ଶାହାଜାହନ ଓ ତା'ର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଥିଲା ।

Sandeshkhali Violence

ତେବେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଙ୍ଗଲ ଗସ୍ତର ଗୋଟିଏ ଦିନ ପୂର୍ବରୁ ତାଙ୍କ ଗିରଫଦାରୀ ହୋଇଛି । ANI ଅନୁଯାୟୀ ଶେଖ ଶାହାଜାହାନଙ୍କୁ ଆଜି ଅପରାହ୍ନ 2 ଟାରେ ବଶିରହାଟ କୋର୍ଟରେ ହାଜର କରାଯିବ ।

ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କୁ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିମ୍ବା ପଶ୍ଚିମବଙ୍ଗ ପୁଲିସ ଗିରଫ କରିପାରିବେ ବୋଲି ବୁଧବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କେବଳ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ସିବିଆଇ ଏବଂ ପଶ୍ଚିମବଙ୍ଗ ପୁଲିସର ଏକ ମିଳିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ ଉପରେ ଫେବୃଆରୀ ୭ ତାରିଖରେ ଅଦାଲତ ରୋକ୍ ଲଗାଇଥିଲେ । ଶେଖଙ୍କୁ ଗିରଫ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ଆବେଦନର ଜବାବରେ ଅଦାଲତ ଫେବୃଆରୀ ୨୬ରେ ଦେଇଥିବା ଆଦେଶକୁ ସ୍ପଷ୍ଟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+