ହାଇକୋର୍ଟଙ୍କ ରୋକ୍ ସତ୍ତ୍ୱେ ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା
Sandeshkhali Violence News: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା । ଏହି ଅଞ୍ଚଳରେ ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମମତା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଅଞ୍ଚଳରେ ଗୋଟିଏ ସ୍ଥାନରେ ଏକାଧିକ ଲୋକ ରୁଣ୍ତ ହୋଇ ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି ।

ବିଜେପି ନେତା ସୁକାନ୍ତ ମୁଜମଦାର ଦାବି କରିଛନ୍ତି ଯେ, ଏହି ଧାରା କେବଳ ବିଜେପି ନେତାଙ୍କ ପାଇଁ ଲାଗୁ କରାଯାଇଛି ହେଲେ ଟିଏମସି ନେତା ଏହି ଅଞ୍ଚଳରେ ଖୁଲମଖୁଲା ବୁଲୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବାରେ ରୋକ୍ ଲଗାଇଥିଲେ । ହେଲେ ଏହାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର ଏବଂ ପୁଣି ଏହି ହିଂସା ବଢୁଥିବା ଦର୍ଶକାଇ ୧୪୪ ଧାରା ଲାଗୁ କରିଛନ୍ତି ରାଜ୍ୟ ସରକାର ।
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ଅନେକ ଦିନ ବିତି ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିବା ହଙ୍ଗାମା ଥମିବାର ନାଁ ନେଉ ନାହିଁ । ଟିଏମ୍ସି ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ।
ଶୁକ୍ରବାର ଦିନ ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର ହୋଇଥିଲା । ବିଭିନ୍ନ ନିଆଁ ଜଳାଇ ବିରୋଧ କରାଯାଉଛି । ଏପରିକି ବିକ୍ଷୋଭକାରୀନମାନେ ଟିଏମସି ନେତା ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ପାଇଁ ପଛାଇ ନାହାଁନ୍ତି । ଘଟଣାସ୍ଥଳରେ ପୋଲସି ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲା । ତେବେ ଅପରାଧିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ପରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications