କୋଲକାତାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ମିଳିଲା ଜାମିନ
କୋଲକାତାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି ସିଆଲଦା କୋର୍ଟ। ତେବେ ଆରଜି ଆର୍ଥିକ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଅଭିଯୁକ୍ତଙ୍କ ଆବେଦନ ଶୁଣାଣି ବେଳେ ସନ୍ଦୀପ ଘୋଷ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ମଣ୍ଡଳଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ପୋଲିସ ଇନ୍ସପେକ୍ଟର ଅଭିଜିତ ମଣ୍ଡଳ। ଗିରଫ ହେବାର ୯୦ ଦିନ ପରେ ମଧ୍ୟ ସିବିଆଇ ସେମାନଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ନକରିବା ପରେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ।
ପ୍ରକାଶଥାଉକି ଅଗଷ୍ଟ ୯ରେ ଆର.ଜି କର ହସ୍ପିଟାଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକ୍ୟୁରିଟି ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା।












Click it and Unblock the Notifications