ସନ୍ଦେଶଖାଲି ଘଟଣା : ସୁପ୍ରିମକୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଜି ସିବିଆଇ ଟିମ ଏନଏସଜି କମାଣ୍ଡୋମାନଙ୍କୁ ନେଇ ସର୍ଚ୍ଚ ଅପରେସନ କରିଛି। ଏହି ସମୟରେ ସନ୍ଦେଶଖାଲିରୁ ବିଦେଶୀ ବନ୍ଧୁକ ଓ ଗୁଳିଗୋଳା ମିଳିଛି। ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି।

ଜାନୁଆରୀ ୫ ତାରିଖ ଇଡି ଅଧିକାରୀଙ୍କ ଉପରେ ଏଠାରେ ଆକ୍ରମଣ ହୋଇଥିଲା। ଘଟଣାର ଅଭିଯୁକ୍ତ ଶେଖ ଶାହଜାହାଁ ଏବେ ସିବିଆଇ ହେପାଜତରେ ଅଛନ୍ତି। ସେ ସନ୍ଦେଶଖାଲିରେ ଦୀର୍ଘ ଦିନ ହେଲା ଗୁଣ୍ଡାରାଜ ଜାରି ରଖିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ସିବିଆଇକୁ କଲିକତା ହାଇକୋର୍ଟ ହସ୍ତାନ୍ତର କରିଛନ୍ତି।
ଏହି କ୍ରମରେ ସିବିଆଇ ଆଜି କମାଣ୍ଡୋମାନଙ୍କୁ ସନ୍ଦେଶୋଖାଲିରେ ମୁତୟନ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ସିବିଆଇ ତଦନ୍ତ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ଦେଇଥିବା ରାୟକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ରାସନ ଓ ଜମି ଦୁର୍ନୀତି ମାମଲାରେ ଇଡି ଟିମ ଜାନୁଆରୀ ୫ରେ ରେଡ୍ କରିବାକୁ ସନ୍ଦେଶଖାଲି ଯାଉଥିବା ବେଳେ ସେମାନଙ୍କ ଉପରେ ଶାହଜାହାଁଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଶାହଜାହାଁ ଫେରାର ହୋଇଯାଇଥିଲେ। ପ୍ରାୟ ୨ ମାସ ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।












Click it and Unblock the Notifications