ପ୍ରତିଟି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ଇଷ୍ଟଲ ହେବ ସଞ୍ଚାର ସାଥୀ ଆପ୍‌, ନିର୍ମାଣକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ସରକାର

ବଜାରକୁ ବିକ୍ରି ପାଇଁ ଆସୁଥିବା ପ୍ରତିଟି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍ କରିବା ଲାଗି କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ (ଡିଓଟି) ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାଣକାରୀ କମ୍ପାନୀଙ୍କୁ ନିର୍ଦେଶ ଦେଇଛି। ଭାରତର ନାଗରିକଙ୍କୁ ନକଲି ମୋବାଇଲ ହ୍ୟାଣ୍ଡସେଟ୍‌ କିଣିବାରୁ ଦୂରେଇ ରଖିବା ଲାଗି ସରକାର ଏପରି ପଦକ୍ଷେପ ନେଇଛନ୍ତି। ସଞ୍ଚାର ସାଥୀ ଆପ୍ ହେଉଛି ଭାରତର ସରକାରଙ୍କ ଏକ ସାଇବର ସୁରକ୍ଷା ଆପ୍।

Sanchar Samayit app

ଏହି ଆପ୍ ଡାଉନଲୋଡ ବା ଇନଷ୍ଟଲ୍ ଦ୍ବାରା କୌଣସି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ନକଲି ସିମ୍‌ କାର୍ଡର ଉପଯୋଗ କରାଯାଇପାରିବ ନାହିଁ। ଏହା ସହିତ ମୋବାଇଲ୍ ହ୍ୟାଣ୍ଡସେଟ୍ ଅସଲି ଓ ନକଲିକୁ ଚିହ୍ନଟ କରାଯାଇପାରିବ। ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ ଏହାକୁ ଠାବ କରାଯାଇପାରିବ।

ମୋବାଇଲର କୌଣସି ଦୁରୁପଯୋଗ ହେଲେ ଏହାର ସୂଚନା ମିଳିପାରିବ। ତେଣୁ ଭାରତରେ ବିକ୍ରି ହେବାକୁ ଥିବା ମୋବାଇଲ ହ୍ୟାଣ୍ଡସେଟ୍‌ରେ ଏହି ଆପକୁ କମ୍ପାନୀଗୁଡିକ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ। ଏପରି କି ଏହି ଆପ୍‌କୁ ଏପରି ଇନଷ୍ଟଲ୍ କରାଯିବ ଯେପରି ଏହାକୁ ଡିଲିଟ୍ କିମ୍ବା ଅନଇନଷ୍ଟଲ୍ କରିବାର ସୁବିଧା ଉପଭୋକ୍ତଙ୍କ ପାଖରେ ନଥିବ। ଭାରତରେ ମୋବାଇଲ୍ ହ୍ୟାଣ୍ଡସେଟ୍ ବିକ୍ରି କରୁଥିବା କମ୍ପାନୀଗୁଡିକ ଏହି ନିର୍ଦେଶକୁ ୯୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+