ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କଲେ ଉଦୟନିଧି ଷ୍ଟାଲିନ୍; କହିଲେ ବିଲୋପ କରିବା ଉଚିତ୍
ସନାତନ ଧର୍ମ ଉପରେ ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ। ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ସେ ତୁଳନା କରିଛନ୍ତି । ଆଉ ଏହା ପରେ ଚାରିଆଡ଼େ ତାଙ୍କୁ ବିରୋଧ ହୋଇଛି । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଦେଖିବାକୁ ମିଳିଛି ।
ଉଦୟନିଧି ଷ୍ଟାଲିନ ନିଜ ଭାଷଣରେ ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିଛନ୍ତି । ସେ କହିଛନ୍ତି, 'ସନାତନକୁ କେବଳ ବିରୋଧ କରା ନଯାଇ ତାହାକୁ ଶେଷ କରିଦେବ ଦରକାର ।'
ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଷ୍ଟାଲିନ କହିଥିଲେ ଯେ, "ସନାତନାର ନାମ ସଂସ୍କୃତରୁ ଆସିଛି । ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ । ତେଣୁ ଏହାକୁ ବିରୋଧ ନୁହେଁ ହଟାଇବା ଉଚିତ।" ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଡା ସମାଲୋଚନା କରିଛନ୍ତି।
ସେ ଆହୁରି କହିଥିଲେ ଯେ, କିଛି ଜିନିଷର ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଶେଷ କରିଦିଆଯିବା ଉଚିତ । ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି । ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍ । ଆମକୁ ଏହାକୁ ଶେଷ କରିବାକୁ ପଡ଼ିବ । ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି । ଆମକୁ ସନାତନ ଧର୍ମକୁ ଶେଷ କରିବାକୁ ପଡ଼ିବ ।

ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି "ଡିଏମକେର ଜଣେ ନେତା ତଥା ମନ୍ତ୍ରୀ ସନାତନ ଧର୍ମକୁ ନେଇ ଏପରି ବୟାନ୍ ଦେଇଛନ୍ତି, ପରୋକ୍ଷରେ ସେ ସନାତନ ଧର୍ମକୁ ମାନୁଥିବା ଦେଶର ୮୦ ପ୍ରତିଶତ ଲୋକଙ୍କ ନରସଂହାର ପାଇଁ ଆହ୍ବାନ ଦେଇଛନ୍ତି ।
ତେବେ ଏହା ପରେ ଷ୍ଟାଲିନ କହିଛନ୍ତି, ମୁଁ ସନାତନ ଧର୍ମକୁ ମାନୁଥିବା ଲୋକଙ୍କ ନରସଂହାର କରିବାକୁ ଆହ୍ବାନ ଦେଇନାହିଁ । ଯେଉଁମାନେ ସନାତନ ଧର୍ମ ଉପାସକ ସେମାନଙ୍କ ବିଲୋପ ପାଇଁ ମୁଁ କହିନାହିଁ ବୋଲି ସେ କହିଛନ୍ତି । ତେବେ ଏହା ପରେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।












Click it and Unblock the Notifications