ଡିଏମକେ ନେତାଙ୍କ ଧର୍ମ ପ୍ରତି କଟୁମନ୍ତବ୍ୟ: ସନାତନ ଧର୍ମ ହେଉଛି କୁଷ୍ଠ ଓ ଏଡ୍ସ ଭଳି...
ତାମିଲନାଡୁ: ସନାତନ ଧର୍ମକୁ ନେଇ ଡିଏମକେ ନେତାଙ୍କର କଟୁ ମନ୍ତବ୍ୟ ହେଲା ଭାଇରାଲ । ଡିଏକେ ସାଂସଦ ରାଜା ଦେଇଛନ୍ତି ବିବାଦୀୟ ମନ୍ତବ୍ୟ । ସେ କହିଛନ୍ତି, ସନାତନ ଧର୍ମ ହେଉଛି କୁଷ୍ଠ ଓ ଏଡ୍ସ ପରି ରୋଗ । ଏକ ସଭାରେ ଏପରି ବିବାଦୀୟ ବିବୃତି ଦେଇ ଚର୍ଚ୍ଚାରେ ଏ.ରାଜା ।
ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଦଳର ମନ୍ତ୍ରୀ ଉଦୟନିଦ୍ଧି ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ରୋଗ ସହ ତୁଳନା କରିଥିଲେ । ଯାହାକୁ ପ୍ରତ୍ୟେକ ଦଳର ନେତା ନିନ୍ଦା କରିଥିଲେ । ଏପରକି ତାଙ୍କ ମୁଣ୍ତ କାଟି ହତ୍ୟା କଲେ 10କୋଟିର ପୁରଷ୍କାର ମଧ୍ୟ ଜଣେ ସାଧୁ ଘୋଷଣା କରିଥିଲେ । ଏବେ ପୁଣି ସମାନ ଦଳର ନେତା ରାଜା ସନାତନ ଧର୍ମକୁ ଟାର୍ଗେଟ୍ କରି କୁଷ୍ଠ ଏବଂ ଏଡସ୍ ରୋଗ ସହ ତୁଳନା କରିଛନ୍ତି ।

ଅନ୍ୟପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମାହୋଲ ସରଗରମ ହୋଇଛି । ବିରୋଧିଙ୍କ 'ଇଣ୍ତିଆ' ମେଣ୍ଟରେ ଥିବା ଦଳର ଜଣେ ଜଣେ ନେତା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ସେହିପରି ବିହାରରେ କ୍ଷମତାରେ ଥିବା ଆରଜେଡି ଦଳର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁମାନେ ମଥାରେ ଟିକା ଲଗାଇ ବୁଲୁଛନ୍ତି ସେମାନେ ଦେଶକୁ ଗୁଲାମ କରି ରଖିଛନ୍ତି । ସେ ଆହୁରି କହିଛନ୍ତି ଦେଶରେ କେବଳ ମନ୍ଦିର ନିର୍ମାଣ କଲେ ବା ମହସଜିଦ ଭାଙ୍ଗିଲେ କାମ ଚଳିବ ନାହିଁ । ଏପରକି ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।
ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ, କରୋନା ଜୀବାଣୁ ସହିତ ତୁଳନା କରି ଉଦୟନିଧି କହିଛନ୍ତି ଯେ, ଯେପରି ଆମେ ଡେଙ୍ଗୁ ମଶା, ମ୍ୟାଲେରିଆ କିମ୍ବା କରୋନା ଜୀବାଣୁକୁ ବିରୋଧ କରିପାରିବା ନାହିଁ, ଏହାକୁ ବିଲୋପ କରିବା ପାଇଁ ପଡୁଛି ସେହିପରି ସନାତନ ଧର୍ମକୁ ମଧ୍ୟ ବିଲୋପ କରିବାକୁ ପଡିବ।












Click it and Unblock the Notifications