ସମୀର ୱାଙ୍ଖଡେଙ୍କ ପିତା ନବାବ ମଲ୍ଲିକଙ୍କ ବିରୋଧରେ ଦାଏର କଲେ ମାନହାନି ମକଦ୍ଦମା

ସମୀର ୱାଙ୍ଖଡେଙ୍କ ପିତା ଧ୍ୟାନେଦେବ ୱାଙ୍ଖଡେ ନବାବ ମଲ୍ଲିକଙ୍କ ବିରୋଧରେ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। କିଛିଦିନ ହେଲା ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଆପତ୍ତିଜନକ ତଥା ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେଉଥିବାରୁ। ଏଥିଯୋଗୁଁ ୱାଙ୍ଖଡେଙ୍କ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆଣୁଥିବା ବେଳେ ଏନେଇ ସେ ନବାବ ମଲ୍ଲିକ ବିରୁଦ୍ଧରେ ୧.୨୫ କୋଟିର ମାନହାନୀ ମକଦ୍ଦମା ଫାଇଲ୍‌ କରିଛନ୍ତି ।

nawab malik samir wankhede

ଏନସିବିର ଜୋନାଲ ମୁଖ୍ୟ ଥିବା ସମୀର ୱାଙ୍ଖଡେ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନକୁ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରିଥିଲେ । ନବାବ ମଲିକଙ୍କ ଜ୍ୱାଇଁଙ୍କ ଗିରଫଦାରୀ ପରେ ସମୀର ୱାଙ୍ଖଡେଙ୍କ ଉପରେ ତାଙ୍କ ଆରୋପ ଆରମ୍ଭ ହେବାକୁ ଲାଗିଲା। ସମୀର ଖାନଙ୍କୁ ଗତ ସେପ୍ଟେମ୍ବରରେ ବେଲ୍‌ ମିଳିସାରିଥିଲେ ବି ନବାବ ମଲିକ ପ୍ରତିଦିନ ପ୍ରେସ କନଫରେନ୍ସ କରି ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହି ବିବାଦ ଡ୍ରଗ୍ସ କାରବାର ଅଭିଯୋଗରେ ଆର୍ଯ୍ୟନ ଖାଁ ଗିରଫ ହେବାପରେ ଆହୁରି ତୀବ୍ର ହେବାରେ ଲାଗିଛି ଇ ଏଥିଯୋଗୁଁ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ କେଶ ସମେତ ବଲିଉଡର ବହୁ ହାଇପ୍ରୋଫାଇଲ ୬ଟି କେସ୍‌ ସମୀର ୱାଙ୍ଖଡେଙ୍କ ଠାରୁ ପ୍ରତ୍ୟାହାର କରି ନିଆଯାଇଛି।

ମାନହାନୀ ମକଦ୍ଦମା ନେଇ ଧ୍ୟାନଦେବଙ୍କ ଓକିଲ ଅର୍ଶଦ ଶେଖ କହିଛନ୍ତି, ନବାବ ମଲିକ ପ୍ରତିଦିନ ୱାଙ୍ଖଡେଙ୍କ ପରିବାର ବିରୋଧରେ ନାନା ଘୃଣ୍ୟ ମନ୍ତବ୍ୟ ଦେଉଛନ୍ତି। ଏଥିଯୋଗୁ ସମାଜରେ ତାଙ୍କ ମାନ, ସମ୍ମାନ, ପ୍ରତିଷ୍ଠାରେ ଆଞ୍ଚ ଆସୁଛି। ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ କହୁଛନ୍ତି। ଏପରିକି ସେ ହିନ୍ଦୁ ନୁହେଁ କହି ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି।

ସେହିପରି ଧ୍ୟାନଦେବଙ୍କ ପୂର୍ବରୁ ଭାଜପା ନେତା ମୋହିତ କଂବାଜି ମଧ୍ୟ ନବାବ ମଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ବମ୍ବେ ହାଇକୋର୍ଟରେ ତାଙ୍କ ଉପରେ ୧୦୦ କୋଟିର ମାନହାନୀ ମାମଲା ଦାଏର କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+