ସମଲିଙ୍ଗୀ ବିବାହ ପ୍ରସଙ୍ଗ:ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଦାଖଲ ହୋଇଥିବା ବିଭିନ୍ନ ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ । ଆଜି ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ କରାଯାଉଛି ଦାବି । ଗତକାଲି ସମଲଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନ ଦେବା ପାଇଁ ଦାବି କରିଥିଲେ କେନ୍ଦ୍ର ସରକାର ।
ସୁପ୍ରିମକୋର୍ଟରେ ଏ ବାବଦରେ ୧୫ଟି ଆବେଦନ କରାଯାଇଛି, ଯାହା ପରେ ସୁପ୍ରିମକୋର୍ଟର ବୃହତ ବେଞ୍ଚକୁ ହସ୍ତାନ୍ତର କରାଯାଇଛି। ଏହି ବେଞ୍ଚକୁ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ପରିଚାଳନା କରିବେ। ସେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ଏହି ଖଣ୍ତପୀଠର ସଦସ୍ୟ ରହିଛନ୍ତି, ଜଷ୍ଟିସ ଏସ.କେ କୌଲ, ଏସ.ରବୀନ୍ଦ୍ର ଭଟ୍ଟ, ପି.ଏସ. ନରସିହ୍ମା ଏବଂ ହିମା କୋଲି । ଗତ ମାର୍ଚ୍ଚା ୧୩ ତାରିଖରେ ଏକ ବୃହତ୍ତ ଖଣ୍ତପୀଠରେ ଏହି ଜଟିଳ ପ୍ରସଙ୍ଗର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ।

ଏହି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେବ ସାମାଜିକ, ରାଜନୈତିକ ସ୍ତରରେ ବିବାଦ ଲାଗି ରହିଛି । ନିଜର ସତ୍ୟପାଠ ଜରିଆରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିବା ସହ ଏହା ଆଇନସମ୍ମକ କରାଗଲେ ସମାଜିକ ମୂଲ୍ୟବୋଧର ଅବମୂଲ୍ୟାୟନ ହେବ ବୋଲି ଦର୍ଶାଇଥିଲେ । ସମଲିଙ୍ଗୀ ବିବାହ ଏକ ଅପରାଧ ବୋଲି ଆଇପିସିପ ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଗତ ସେପ୍ଟେମ୍ବର ୨୦୨୮ରେ ଏକ ୫ ଜଣିଆ ଖଣ୍ତପୀଛ ରଦ୍ଦ କରିଦେଇଥିଲେ ।
ଅନ୍ୟପକ୍ଷରେ ସମଲିଙ୍ଗୀ ବିବାହକୁ ସମର୍ଥନ କରିଆସୁଛି ଦିଲ୍ଲୀ ଶିଶୁ ଅଧିକାର ସୁରକ୍ଷା କମିଶନ ବା ଡିସିପିସିଆର । ତାଙ୍କ ପକ୍ଷରୁ କୁହାଯାଇଛି ଯେ ସମଲିଙ୍ଗୀ ପରିବାର ସ୍ୱାଭାବିକ, ଏହାକୁ ଚିହ୍ନିବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆଗକୁ ବଢିବା ଉଚିତ୍ ।
ସେଠାରେ ଅନେକ ଗବେଷଣା ହୋଇଛି ଯାହା ସୂଚିତ କରେ ଯେ ସମଲିଙ୍ଗୀ ଦମ୍ପତିମାନେ ଭଲ ପିତାମାତା ହୋଇପାରିବେ । ୫୦ରୁ ଅଧିକ ଦେଶରେ ସମଲିଙ୍ଗୀ ଦମ୍ପତିମାନଙ୍କୁ ସନ୍ତାନ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ବ୍ୟକ୍ତିଗତ ସ୍ୱାଧୀନତା, ସମ୍ମାନର ଅଧିକାର ଏବଂ ଅନ୍ୟାନ୍ୟ ଅଧିକାର ଉଲ୍ଲେଖ କରାଯାଇଛି।












Click it and Unblock the Notifications