ଇପିଆଇସି ନମ୍ବର ସମାନ ରହିଥିଲେ ମଧ୍ୟ ମତଦାତା ନକଲି ନୁହଁନ୍ତି :ନିର୍ବାଚନ ଆୟୋଗ

ନିର୍ବାଚନ ଆୟୋଗ କହିଛନ୍ତି ଇପିଆଇସି ନମ୍ବର ସମାନ ରହିଥିଲେ ମଧ୍ୟ ଭୋଟର ନକଲି ବୋଲି କୁହାଯାଇ ପାରିବ ନାହିଁ । ସମାନ ଇପିଆଇସି ନମ୍ବର ଥିବା ୨ଟି ଭିନ୍ନଭିନ୍ନ ରାଜ୍ୟର ଭୋଟରଙ୍କ ପ୍ରସଙ୍ଗକୁ ନେଇ କେତେକ ଗଣମାଧ୍ୟରେ ପ୍ରଚାରିତ ଖବର ଆଧାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଛି ।

eci

ଆୟୋଗ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ ମତଦାତା କେବଳ ନିଜ ନିର୍ବାଚନ ମଣ୍ଡଳୀର ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ଭୋଟ୍ ଦେଇପାରିବେ । ଭୋର୍ଟର ତାଲିକା ଡାଟାବେସ୍‌କୁ ଇରୋନେଟ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର ସମୟରେ ଏକ ବିକେନ୍ଦ୍ରୀକୃତ ଏବଂ ମାନୁଆଲ ବ୍ୟବସ୍ଥା ଅନୁସରଣ କରାଯାଉଥିବାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କୁ ସମାନ ଇପିଆଇସି ନମ୍ବର ଆବଣ୍ଟିତ ହୋଇଥାଏ । ତେବେ ଏ ସଂକ୍ରାନ୍ତ ଆଶଙ୍କାକୁ ଦୂରକରିବା ପାଇଁ ପଞ୍ଜିକୃତ ଭୋଟରଙ୍କୁ ଏକକ ଇପିଆଇସି ନମ୍ବର ଆବଣ୍ଟନ ସୁନିଶ୍ଚିତ କରିବାକୁ ନିଷ୍ପତି ନିଆଯାଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+