Get Updates
Get notified of breaking news, exclusive insights, and must-see stories!

ଆଦାନୀଙ୍କୁ ନେଇ ଏମିତି କିଛି ମନ୍ତବ୍ୟ ଦେଲେ ସମ୍ବିତ ପାତ୍ର, କହିଲେ କଂଗ୍ରେସ ଶାସିତ ରାଜ୍ୟରେ .....

ୱାଶିଂଟନ: ଆମେରିକାରେ ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ କଂଗ୍ରେସ ଏହି ମାମଲାର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ କହିଛି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପରିହାସ କରି କଂଗ୍ରେସ କହିଛି ଯେ ଆଦାନୀ ହେଉଛନ୍ତି ମୋଦୀଙ୍କ ପ୍ରିୟ ବ୍ୟବସାୟୀ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ''ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିସନଙ୍କ ଦ୍ବାରା ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଏହି ମାମଲା ପରେ ଆମ ଦଳ ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ଚାହୁଁଛି।'' ୨୦୨୩ ମସିହା ଜାନୁଆରିଠାରୁ କଂଗ୍ରେସ ଏହି ଅନୁସନ୍ଧାନ ପାଇଁ ଦାବି କରିଆସୁଛି, ଆଦାନୀ ଏବଂ ତାଙ୍କ ବ୍ୟବସାୟିକ କାରବାରରେ ହୋଇଥିବା ଅନିୟମିତତାକୁ ନେଇ ଚିନ୍ତା ବୃଦ୍ଧି ପାଇଛି ବୋଲି ରମେଶ କହିଛନ୍ତି।

Sambit Patra

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ଆଦାନୀ ଗିରଫ ହେବା ଉଚିତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ତାଙ୍କୁ ବଞ୍ଚାଉଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, 'ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଦାନୀ କାହିଁକି ଜଣେ ମୁକ୍ତ ମଣିଷ ପରି ଏହି ଦେଶରେ ବୁଲୁଛନ୍ତି? ଏଠି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଆଦାନୀ ଜୀ ୨୦୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ଏବଂ ସମ୍ଭବତଃ ଅନ୍ୟାନ୍ୟ ଦୁର୍ନୀତି ମଧ୍ୟ ଜଡ଼ିତ। କିନ୍ତୁ ସେ ବିନା ଭୟରେ ବୁଲୁଛନ୍ତି। ଆମେ ଏହାକୁ ବାରମ୍ବାର ଦୋହରାଉଛୁ।' ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, 'ନରେନ୍ଦ୍ର ମୋଦି ଜୀ ଏହି ସ୍ଲୋଗାନ ଦେଇଥିଲେ ଯେ ହମ୍‌ ଏକ ହୈ ତୋ ସେଫ୍‌ ହୈ। ଏହାର ଅର୍ଥ ଆଦାନୀ ଜୀ ଏବଂ ମୋଦି ଜୀ ଭାରତରେ ସୁରକ୍ଷିତ ଅଛନ୍ତି। ଭାରତରେ ଆଦାନୀ ଜୀଙ୍କୁ କେହି କିଛି କରିପାରିବେ ନାହିଁ। ୧୦-୧୫ କୋଟି ଟଙ୍କା ଅଭିଯୋଗରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଠି ଗିରଫ କରାଯାଉଛି। କିନ୍ତୁ ଆଦାନୀ ଜୀ ୨ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଦାନୀଙ୍କୁ ବଞ୍ଚାଉଛନ୍ତି। ସେ ମଧ୍ୟ ନିଜେ ଦୁର୍ନୀତିରେ ଜଡିତ ଅଛନ୍ତି।

ରାହୁଲ ଗାନ୍ଧି ଆହୁରି କହିଛନ୍ତି, 'ସେ ଆମେରିକାରେ ଅପରାଧ କରିଛନ୍ତି। ସେଠାରେ ୨ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଆଦାନୀ ଜୀଙ୍କୁ ଗିରଫ କରାଯିବା ଉଚିତ୍। ମାଧୁରୀ ବୁଚଙ୍କୁ ହଟାଇବା ଉଚିତ ଏବଂ ଯାଞ୍ଚ କରାଯିବା ଉଚିତ୍। ପ୍ରଧାନମନ୍ତ୍ରୀ ଏହି ବ୍ୟକ୍ତିଙ୍କୁ ଶତପ୍ରତିଶତ ବଞ୍ଚାଉଛନ୍ତି।

ଅନ୍ୟପଟେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବି ବିଜେପି ସରକାର ନଥିଲା। ଯେଉଁ ରାଜ୍ୟରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଶାସନରେ ଥିଲେ, ସେହି ରାଜ୍ୟରେ ଗୌତମ ଆଦାନୀ ନିବେଶ କରୁଥିଲେ। ଯଦି ଆଦାନୀ ଭ୍ରଷ୍ଟ ଥିଲେ, ତେବେ କ'ଣ ପାଇଁ କଂଗ୍ରେସ ଓ ଏହାର ସହଯୋଗୀ ଦଳର ସରକାର ଆଦାନୀଙ୍କ ସହଯୋଗ ନେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

ଓଡ଼ିଶା ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ରହିଛି। ସେହି ସମୟରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ଶାସନ ଚାଲିଥିଲା। ଆମେରିକାର ଅଭିଯୋଗରେ ନାମିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁରେ କଂଗ୍ରେସର ସହଯୋଗୀ ଡିଏମକେ ସରକାର, ଛତିଶଗଡ଼ରେ କଂଗ୍ରେସ ସରକାର, ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଏବଂ ଜମ୍ମୁ-କଶ୍ମୀର କେନ୍ଦ୍ରୀୟ ଶାସନ ଅଧୀନରେ ଥିଲା। ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ କହୁଛନ୍ତି ଆଦାନୀଙ୍କ ପଛରେ ପ୍ରଧାନମନ୍ତ୍ରୀ ମୋଦି ରହିଛନ୍ତି।

ତେବେ ଭୂପେଶ ବଘେଲ ସରକାର ସମୟରେ ଛତିଶଗଡ଼ରେ ଆଦାନୀ ଗ୍ରୁପ ୨୫ ହଜାର କୋଟି ଟଙ୍କା କାହିଁକି ନିବେଶ କରିଥିଲା? ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ସରକାର ସମୟରେ ଆଦାନୀ ଗ୍ରୁପ ୬୫ ହଜାର କୋଟି କାହିଁକି ନିବେଶ କରିଥିଲା? କର୍ଣ୍ଣାଟକରେ କଂଗ୍ରେସ ସରକାର ୧ ଲକ୍ଷ କୋଟି ନିବେଶର ପ୍ରତିଶ୍ରୁତି ଦେଇଥିଲା। ଆମେ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛୁ, ଏହି ସବୁ ମାମଲା ନେଇ ଆପଣ କୋର୍ଟ ଯାଆନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+