Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କ ଉପରେ ବର୍ଷିଲେ ସମ୍ବିତ, କହିଲେ ରାହୁଲ ଗାନ୍ଧୀ ବିଦେଶରେ ଭାରତୀୟ ଗଣତନ୍ତ୍ରକୁ......

ବରିଷ୍ଠ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆମେରିକା ଗସ୍ତ ସମୟରେ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି । ରାହୁଲ ଗାନ୍ଧୀ ବିଦେଶରେ ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି । ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରି କହିଛନ୍ତି, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଏହାର ସହଯୋଗୀମାନେ କେଉଁ ବୁଝାମଣା କରି ବିଜୟ ହାସଲ କରିଛନ୍ତି, କଂଗ୍ରେସ ନେତା ତାହାର ଉତ୍ତର ଦେବା ଉଚିତ ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୯୯ଟି ଆସନରେ ବିଜୟୀ ହୋଇଥିଲା । ତଥାପି କଂଗ୍ରେସ ଏହାକୁ ବିଜେପି ପାଇଁ ପରାଜୟ ବୋଲି ଦାବି କରିଥିବା ସେ କହିଛନ୍ତି । ଭାରତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ସମ୍ବିତ ପାତ୍ର କହିଛନ୍ତି । ସେ କହିଛନ୍ତି, ବିଦେଶରେ ଭାରତକୁ ଅପମାନିତ କରୁଥିବା ରାହୁଲ ଗାନ୍ଧୀ ମନେରଖୁବା ଉଚିତ ଯେ ସେ ନ୍ୟାଶନାଲ୍ ହେରାଲ୍ଡ ମାମଲାରେ ଦୁର୍ନୀତି ଅଭିଯୋଗର ସ୍ୱମ୍ମୁଖୀନ ହୋଇଛନ୍ତି ଏବଂ ୫୦ ହଜାର ଟଙ୍କାର ମୁଚାଲିକାରେ ଜାମିନରେ ଅଛନ୍ତି ।

Rahul Gandhi

ଗତକାଲି ବୋଷ୍ଟନରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ ନିର୍ବାଚନ ଆୟୋଗ ଭାରତରେ ଆପୋଷ ବୁଝାମଣାରେ ଚାଲିଛି । ନ୍ୟାଶନାଲ୍ ହେରାଲ୍‌ଡ ମାମଲାରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ଦୃଢ଼ ସମାଲୋଚନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+