Get Updates
Get notified of breaking news, exclusive insights, and must-see stories!

ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା !ସମ୍ଭଲ ମାମଲାରେ ତଦନ୍ତ କମିଟିର ଆଶ୍ଚର୍ଯ୍ୟଜନକ ରିପୋର୍ଟ

ସ୍ଵାଧୀନତା ପରଠାରୁ ବର୍ତ୍ତମାନ ସମୟ ମଧ୍ୟରେ ହିନ୍ଦୁ ଜନସଂଖ୍ୟାରେ ୩୦ ପ୍ରତିଶତ ହ୍ରାସ ଘଟିଛି। ଉତ୍ତରପ୍ରଦେଶର ସମ୍ଭଲ ନଗରପାଳିକା ଅଞ୍ଚଳରେ ହିନ୍ଦୁ ଜନସଂଖ୍ୟାରେ ଏଭଳି ହ୍ରାସ ଘଟିଥିବା ସରକାରଙ୍କ ପକ୍ଷରୁ ଗଠିତ ୩ ଜଣିଆ କମିଟି ରିପୋର୍ଟ ପ୍ରଦାନ କରିଛି। ୨୦୨୪ ନଭେମ୍ବର ୨୪ରେ ସମ୍ଭଲରେ ହିଂସାକାଣ୍ଡର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରିଥିଲେ। କମିଟି ୪୫୦ ପୃଷ୍ଠାର ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିଛନ୍ତି।

ରିପୋର୍ଟରେ ଉଲ୍ଲେଖ ଅଛି ଯେ, ୧୯୪୭ ମସିହାରେ ସମ୍ଭଲରେ ପୌର ଅଞ୍ଚଳର ଜନସଂଖ୍ୟା ୪୫ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨୦୨୫ରେ ୧୫ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍ ଗତ ୭୮ବର୍ଷ ମଧ୍ୟରେ ୩୦ପ୍ରତିଶତ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଏଥିରେ ପୂର୍ବ ଦଙ୍ଗାର ତାରିଖ, ସେଥିରେ ଜୀବନହାନି, ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଏବଂ ତା'ପରେ ପରିସ୍ଥିତିର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଅନ୍ତର୍ଭୁକ୍ତ।

cm yogi

ଏହି ରିପୋର୍ଟ ପ୍ରଥମେ ରାଜ୍ୟ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପିତ ହେବ। କ୍ୟାବିନେଟରୁ ଅନୁମୋଦନ ପାଇବା ପରେ, ଏହାକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଗୃହରେ ରଖାଯିବ। ଏହା ବିଶ୍ୱାସ କରାଯାଉଛି ଯେ, ରିପୋର୍ଟରେ ହିଂସାର କାରଣ, ପ୍ରଶାସନର ଭୂମିକା, ଗୁଇନ୍ଦା ବ୍ୟବସ୍ଥାର ବିଫଳତା ଏବଂ ଭବିଷ୍ୟତରେ ଏପରି ପରିସ୍ଥିତିର ମୁକାବିଲା ପାଇଁ ପରାମର୍ଶ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ନଭେମ୍ବର ୨୪ରେ ହୋଇଥିବା ଦଙ୍ଗା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ, ଷଡ଼ଯନ୍ତ୍ରକାରୀଙ୍କୁ ଜଣା ଥିଲା ଯେ ସେଠାରେ ସର୍ଭେ ହେବାର ଅଛି। ପ୍ରଶାସନ ପକ୍ଷରୁ ସମ୍ଭଲସ୍ଥିତ ଜାଗା ମସଜିତ ପରିଚାଳକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲା। ଏହି କଥା ପ୍ରଘଟ ହେବା ପରେ ସେଠାରେ ହିଂସା ଘଟିଥିଲା। ଏହା ପୂର୍ବ ନିର୍ଦ୍ଧାରିତ ଏବଂ ଷଡ଼ଯନ୍ତ୍ରର ପରିଣତି ଥିଲା। ନମାଜ ପାଠ କରୁଥିବା ବ୍ୟକ୍ତିଙ୍କୁ ଉସୁକାଇବା ଲାଗି ସାଂସଦ ଜିୟା ଉର ରହମନ ବର୍କ କହିଥିଲେ ଯେ, ସେ ଦେଶର ମାଲିକ। ତାଙ୍କର ଏଭଳି ଉତ୍ତେଜନାପୂର୍ଣ୍ଣ ଭାଷଣ ଅନ୍ୟ ଲୋକଙ୍କୁ ହିଂସାରେ ସାମିଲ ହେବାକୁ ପ୍ରବର୍ତ୍ତାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+