Sambhal violence:ସାଂସଦଙ୍କ ସହ ପାଞ୍ଚ ଜଣଙ୍କ ବିରୋଧରେ FIR ରୁଜୁ

ନୂଆଦିଲ୍ଲୀ:- ହିଂସାରେ ଜଳୁଛି ସମ୍ବଲ । ଜାମା ମସଜିଦ ସର୍ଭେକୁ ନେଇ ସମ୍ବଲ ଜିଲ୍ଲା ହୋଇପଡିଛି ଅଶାନ୍ତ । ପରିସ୍ଥିତି ଗମ୍ଭୀର ହୋଇପଡିଥିବାରୁ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି । ଏହି ହିଂସାରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଏଥିରେ ଆହାତ ହୋଇଛନ୍ତି । ଉତ୍ତରପ୍ରଦେଶ ପୋଲିସ ହିଂସା ଉସକେଇଥିବା ଅଭିଯୋଗ କରି ଆଜି ମୋଟ ସାତ ଜଣଙ୍କ ଉପରେ ମାମଲା ରୁଜୁ କରିଛି ।

ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ହିଂସା ଉସୁକେଇଥିବା ନେଇ ପୋଲିସ ଆଜି ସମ୍ବଲ ଲୋକସଭାର ସାଂସଦ ସମାଜବାଦୀ ପାର୍ଟିର ଜିଆଉ ରେହମାନ, ସଦର ବିଧାୟକ ଇକବାଲ ମହମ୍ମଦଙ୍କ ପୁଅ ସୋହେଲ ଇକବାଲ ଓ ଅନ୍ୟ ପାଞ୍ଚଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ସମସ୍ତଙ୍କ ଉପରେ ହିଂସା ଉସୁକେଇଥିବା ନେଇ ଅଭିଯୋଗ କରାଯାଇଛି ।

Sambhal violence

ଆଧିକାରିକ ସ୍ତରରେ ଏହାର ଘୋଷଣ କରାଯାଇ ନଥିବା ବେଳେ ପୋଲିସ ପ୍ରଥମିକ ଭାବେ ଏହି କେସ ରୁଜୁ କରିଛି । ସମ୍ବଲରେ ହୋଇଥିବା ହିଂସାରେ ଜାମା ମସଜିଦର ସଦର ଜାଫର ଅଲ୍ଲୀଙ୍କ ସମେତ ମୋଟ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହ ୪୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ପୋଲିସ । ଏହି ଘଟଣାରେ ମୋଟ ୨୦ ଜଣ ପୋଲିସ ଆହତ ହୋଇଛନ୍ତି ।

ସମ୍ବଲ ଜିଲ୍ଲାରେ ଗତକାଲି ହୋଇଥିବା ହିଂସା ଯୋଗୁଁ ଉଚ୍ଚ ପଦସ୍ଥ ଅଧିକାରି ମାନଙ୍କ ଅଧକ୍ଷତାରେ ପୋଲିସ ରାତ୍ରିକାଳିନ ପେଟ୍ରୋଲିଂ ଜାରି ରଖିଥିଲା । ହିଂସାର ସୁଯୋଗ ନେଇ ଅଗ୍ନିକାଣ୍ଡ ଓ ପଥର ମାଡ କରାଯାଇଥିବା ଅଞ୍ଚଳ ମାନଙ୍କରେ ବିଶେଷ ଧ୍ୟାନ ଦିଆଯିବା ସହ ସନ୍ଧିଗ୍ଧ ଲୋକ ମାନଙ୍କ ଉପରେ ନଜର ରଖାଯାଇଥିଲା ।

ଅନ୍ୟପଟେ ସୋମବାର ସକାଳୁ ସମ୍ବଲର ମୁଖ୍ୟ ବଜାର ବନ୍ଦ ରହିବା ସହ ପ୍ରଶାସନିକ ସ୍ତରରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଥିଲା । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+