ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ କରିଛନ୍ତି। ତିନି ମୃତକ ହେଉଛନ୍ତି ନୋମାନ, ବିଲାଲ ଏବଂ ନଇମ। ପୋଲିସ ସୂଚନା ଅନୁଯାୟୀ ଦୁଇ ମହିଳାଙ୍କ ସମେତ କିଛି ଲୋକଙ୍କୁ ଗିରଫ କରାଯାଇଛି। ମହିଳାମାନେ ଛାତ ଉପରୁ ପଥରମାଡ଼ କରିଥିଲେ।

Sambhal Masjid

ସ୍ଥାନୀୟ ଏସଆଇ କହିଛନ୍ତି ଯେ, ଘଟଣାସ୍ଥଳରେ ପ୍ରାୟ ୩୦୦ ଲୋକେ ଜମା ହୋଇଥିଲେ, ସେମାନଙ୍କ ପଛରେ ମଧ୍ୟ ଅନେକ ଲୋକ ଥିଲେ। ଏହି ଲୋକମାନେ ପୋଲିସକୁ ଟାର୍ଗେଟ କରିଥିଲେ। ଏଥିରେ ଏସଆଇ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର ସକାଳେ ହାଇକୋର୍ଟଙ୍କ ଆଦେଶ ପରେ ଏକ ଟିମ୍ ଜାମା ମସଜିଦ ସର୍ଭେ କରିବାକୁ ଆସିଥିଲେ।

ଏତିକି ବେଳେ ସ୍ଥାନୀୟ ଲୋକେ ପଥରମାଦ ଆରମ୍ଭ କରିଦେଇଥିଲେ, ଯାହାପରେ ପୋଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏହାପରେ ପ୍ରଦର୍ଶନକାରୀମାନେ କିଛି ସ୍ଥାନରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ସହିତ ହିଂସାରେ ଏସପି ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+