ଆଜି ଆସିବ ସମ୍ଭଲ ଘଟଣାର ସୁପ୍ରିମକୋର୍ଟଙ୍କ ରାୟ

ଆଜି ଆସିବ ସମ୍ଭଲ ଘଟଣାର ସୁପ୍ରିମକୋର୍ଟ ରାୟ । ଜାମା ମସଜିଦ କମିଟି ନିମ୍ନ ଅଦାଲତଙ୍କ ସର୍ଭେ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସମ୍ଭଲ ମସଜିଦ୍ ବିବାଦ ମାମଲାରେ ଶାହି ଜାମା ମସଜିଦ୍ କମିଟି ପକ୍ଷରୁ ଦାୟର ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ।

Supreme Court

ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାକୁ ମୁସଲମାନ ପକ୍ଷ ଦାବି କରିଛନ୍ତି । ଏହା ଏକ ଅସାଧାରଣ ମାମଲା ବୋଲି ଆବେଦନରେ ଦର୍ଶାଯାଇଛି । ତେଣୁ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ ଅଦାଲତ ତୁରନ୍ତ ରୋକ୍ ଲଗାଇବା ଦରକାର । ଏକ ଟିମ୍ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଥିବା ଜାମା ମସଜିଦ୍ ସର୍ଭେ କରିବାକୁ ଯାଇଥିଲେ । ଯାହା ପରେ ହିଂସା କାଣ୍ଡ ଘଟିଥିଲା ।

ନଭେମ୍ବର ୧୯ ତାରିଖରେ ସମ୍ଭଲରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ସର୍ଭେ କରାଯାଇଥିଲା । ସେବେଠାରୁ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା । ଏନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଦାବି କରାଯାଇଥିଲା ଯେ ସମ୍ଭଲରେ ଯେଉଁ ସ୍ଥାନରେ ଜାମା ମସଜିଦ୍ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ମନ୍ଦିର ଥିଲା । ରବିବାର ସର୍ଭେ ଟିମ୍ ପୁଣି ଥରେ ସର୍ଭେ ପାଇଁ ଏଠାକୁ ଯାଇଥିଲେ । କିନ୍ତୁ ଭିଡ଼ ଜମିବାରୁ ଲୋକେ ପୁଲିସ ଉପରକୁ ପଥର ଫିଙ୍ଗିଥିଲେ । ଯାହା ପରେ ହିଂସା କାଣ୍ଡ ଘଟିଥିଲା । ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୨୫ ଜଣ ଆହତ ହୋଇଥିଲେ । ସବ୍ ଇନ୍ସପେକ୍ଟର ଦୀପକ ରାଠୀଙ୍କ ଅଭିଯୋଗ କ୍ରମେ ଏହି ହିଂସା ମାମଲାରେ ପ୍ରଥମ ଏଫ୍ଆଇଆର୍ ରୁଜୁ ହୋଇଥିଲା । ଏହି ମାମଲାରେ ପ୍ରାୟ ୮୦ ଅଜ୍ଞାତ ଅଭିଯୁକ୍ତଙ୍କ ନାମ ରହିଛି। ଏହି ଲୋକମାନେ ଭିଡ଼କୁ ଉସକାଇଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+