ଭୟଙ୍କର ହେଉଛି ସମ୍ବଲ ହିଂସା: ଗଲଣି ୩ ଜୀବନ, ସ୍କୁଲ କଲେଜ ଏବଂ ଇଣ୍ଟରନେଟ୍ ସେବା ବନ୍ଦ

Sambhal Violence: ରବିବାର ଦ୍ୱିତୀୟ ଦିନ ସମ୍ୱଲର ଜାମା ମସଜିଦ୍ କୋର୍ଟର ନିର୍ଦ୍ଦେଶ ଉପରେ ସର୍ଭେ ସମୟରେ ଏକ ବିବାଦ ଆରମ୍ଭ ହୋଇଯାଇଛି । ମସଜିଦ ସର୍ଭେକୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ପୋଲିସ ସହିତ ସଂଘର୍ଷ କରି ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏହି ହିଂସାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

ସେହିପରି ଉପ-ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀଙ୍କ ସମେତ 20 ଜଣ ଆହତ ହୋଇଛନ୍ତି । ପଥର ଫିଙ୍ଗିବା ପରେ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା ।

Sambal violence

ବଢୁଥିବା ହିଂସାକୁ ଦେଖି ସମ୍ୱଲ ତହସିଲରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ଏବଂ ସୋମବାର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି । ସମସ୍ତ ହିଂସା ସ୍ଥାନରେ ପୋଲିସ ନିୟୋଜିତ ଅଛି । ଏହି ହିଂସାରେ ଉତ୍ତେଜିତ ଲୋକମାନେ ପଥର ଫିଙ୍ଗିବା ସହ ଏକ ପୋଲିସ୍ ଗାଡିକୁ ଜଳାଇ ମଧ୍ୟ ଦେଇଥିଲେ ।

ମସଜିଦ ସର୍ଭେ କରିବା ପାଇଁ ଏକ ଟିମ୍ ଶୁକ୍ରବାର ସକାଳ 7.30 ରେ ବିବାଦ ସ୍ଥାନରେ ପହଞ୍ଚିଥିଲେ। ହେଲେ ଏହା ପରେ ଉତ୍ତେଜିତ ଲୋକ ମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲା । ଏହି ହିଂସାରେ 20 ରୁ 25 ବର୍ଷ ବୟସର ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିଛି ସମସ୍ତେ ହତନଗର ବାସିନ୍ଦା ବୋଲି ଜଣାପଡିଛି। ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଅଭିଯୋଗ କରିଛି ଯେ ପୋଲିସ ଗୁଳିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଅନ୍ୟପକ୍ଷରେ ପୋଲିସ କହିଛି ଉତ୍ତେଜିତ ଲୋକଙ୍କ ଗୁଳିରେ ସେମାନଙ୍କ ମୃତ୍ୟୁ ଘଟିଛି।

ସମ୍ୱାଲରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଅଭିଯୋଗରେ ମଧ୍ୟ NSA ଲାଗୁ ହେବ। ତେବେ, ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ଲୋକମାନେ ଏତେ ପରିମାଣର ପଥର କେଉଁଠୁ ପାଇଲେ, କାରଣ କିଛି ମିନିଟରେ ଏତେଗୁଡ଼ିଏ ପଥର ସଂଗ୍ରହ କରାଯାଇପାରିବ ନାହିଁ । ଏହା ପଛରେ କୌଣସି ଷଡଯନ୍ତ୍ର ଅଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।


ଏହି ହିଂସା ମାମଲାରେ ସମ୍ବଲ ଏସପି କୃଷ୍ଣ କୁମାର ମୋଟ 21 ଜଣଙ୍କୁ ଅଟକ ରଖିଥିବାବେଳେ ଅଟକ ଥିବା ଲୋକଙ୍କ ଘରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ଅଟକ ଥିବା ଲୋକଙ୍କ ମୋବାଇଲ୍ ଫୋନର କଲ୍ ଡିଟେଲ୍ସ କଢାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+