ଲୋକସଭା ନିର୍ବାଚନ ଲାଗି ୧୧ ଆସନରେ ପ୍ରାର୍ଥୀ ଘୋଷଣା କଲା ସପା
ଲକ୍ଷ୍ନୌ: ଲକ୍ଷ୍ନୌ: ସମାଜ ବାଦୀ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ସୋରରେ ଚଳାଇଛି । ବତ୍ତମାନ ଅଖିଳେଶ ଯାଦବ ସୋମବାର ଆଉ ୧୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରଛନ୍ତି ।ସମାଜବାଦୀ ପାର୍ଟି ଦ୍ୱାରା ପ୍ରକାଶିତ ନୂତନ ତାଲିକାରେ ଦଳ ଗାଜିପୁରରୁ ବିଏସପି ଏମ୍ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି ।
ଏହା ବ୍ୟତୀତ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଅମ୍ବଲାରୁ ନୀରଜ ମୌର୍ଯ୍ୟ, ଶାହାଜାହାନପୁରରୁ ରାଜେଶ କାଶ୍ୟପ, ହର୍ଦ୍ଦୋଇରୁ ଉଷା ବର୍ମା, ମିଶ୍ରିଖରୁ ରାମପାଲ ରାଜବଂଶୀ, ପ୍ରତାପଗଡରୁ ଏସପି ସିଂ ପଟେଲ, ବହରାଇଜରୁ ରମେଶ ଗୌତମ, ଗୋଣ୍ଡାରୁ ଶ୍ରେୟା ବର୍ମା ଏବଂ ଚନ୍ଦୌଲିରୁ ବିରେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ ଘୋଷିତ କରାଯାଇଛି । ଏସ୍ପି ଏହା ପୂର୍ବରୁ ୧୬ ଆସନ ଉପରେ ପ୍ରାର୍ଥୀ ଘୋଷଣା କରିସାରିଛି ।

ସମାଜବାଦୀ ପାର୍ଟି ରାଜେଶ କାଶ୍ୟପଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦିଲ୍ଲୀର ବାସିନ୍ଦା ରାଜେଶ ପ୍ରାୟ ଦେଢ଼ ବର୍ଷ ଧରି ଜିଲ୍ଲାର ସଂଗଠନରେ ସକ୍ରିୟ ଥିଲେ । ଟିକେଟ୍ ପାଇଁ ଆବେଦନ କରିବା ପରଠାରୁ ସେ ଜନସମ୍ପର୍କ ଅଭିଯାନକୁ ଜୋରଦାର କରିଥିଲେ । ୨୦୧୯ ନିର୍ବାଚନରେ ସେ ବରେଲିର ଫରିଦପୁରରୁ ଟିକେଟ ମଧ୍ୟ ମାଗିଥିଲେ, କିନ୍ତୁ ତାହା ପାଇ ନଥିଲେ । ସପା ଏପର୍ଯ୍ୟନ୍ତ କେବଳ ଦୁଇଥର ଏହି ଆସନ ହାତେଇବରେ ସକ୍ଷମ ହୋଇଛି । ଗତ ନିର୍ବାଚନରେ ଏକ ମିଳିତ ମଞ୍ଚ ଥିବାବେଳେ ଏହି ସିଟ୍ ବିଏସପି ଖାତାକୁ ଯାଇଥିଲା ।












Click it and Unblock the Notifications