ୟୁପି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା , ସମାଜବାଦୀ ପାର୍ଟି ନେତା ଗିରଫ ପରେ କହିଲେ ଏହା ଷଢ଼ଯନ୍ତ୍ର
ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ଗିରଫ ନେତା ଜଣକ ହେଲେ ନବାବ ସିଂହ ଯାଦବ । ସେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।
ନବାବ ସିଂ ଯାଦବଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ସେ ତାହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସୋମବାର ରାତି ପ୍ରାୟ ୧.୩୦ରେ ଉତ୍ତରପ୍ରଦେଶ ପୁଲିସ ୧୧୨ ହେଲ୍ପଲାଇନ ନମ୍ବରରେ ଏକ ଦୁଃଖଦ କଲ୍ ପାଇଥିଲା। ଏନେଇ କନୌଜ ପୁଲିସ ଅଧୀକ୍ଷକ ଅମିତ କୁମାର ଆନନ୍ଦ କହିଛନ୍ତି ଯେ, ଗତକାଲି ରାତି ପ୍ରାୟ ୧.୩୦ ସମୟରେ ୟୁପି ପୁଲିସ୍ ୧୧୨ରେ ଏକ କଲ ପାଇଥିଲା। ଯେଉଁଥିରେ ଜଣେ ଝିଅ ତାଙ୍କୁ ଦୁଷ୍କର୍ମ ଓ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଥିଲେ।

ଏସପିଙ୍କ କହିବା ଅନୁସାରେ, ପଚରାଉଚରା ବେଳେ ନାବାଳିକା କହିଛନ୍ତି ଯେ, ତାଙ୍କ ଖୁଡ଼ି ଚାକିରି କରାଇଦେବାକୁ କହି ତାଙ୍କୁ ନବାବ ସିଂହଙ୍କ ବାସଭବନକୁ ନେଇଥିଲେ। ନାବାଳିକାଙ୍କ ବୟାନ ଆଧାରରେ ନବାବ ସିଂହଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଏସପି କହିଛନ୍ତି।
ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରି ଏହା ଷଡ଼ଯନ୍ତ୍ର ବୋଲି କହିଛନ୍ତି ନବାବ ସିଂହ। ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ନବାବ ସିଂହଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆସିବା ପରେ ପାର୍ଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସମାଜବାଦୀ ପାର୍ଟି ସେ ଜଡ଼ିତ ନଥିବା ଦଳ କହିଛି।












Click it and Unblock the Notifications