ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୌ: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସରଗରମ ହେଲାଣି ଜାତୀୟ ରାଜନୀତି । ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବାବେଳେ ୟୁପରେ ସମାଜବାଦୀ ପାର୍ଟି ପ୍ରଥମ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସମାଜବାଦୀ ପାର୍ଟି ଦ୍ୱାରା ପ୍ରକାଶିତ ପ୍ରଥମ ତାଲିକାରେ ପୂର୍ବତନ ସିଏମ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମେନପୁରୀରୁ ଟିକେଟ୍ ପାଇଛନ୍ତି। କିଏ କେଉଁଠି ନିର୍ବାଚନ ଲଢ଼ିବେ ଏସପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି ।

akhilesh yadav

ଅଖିଲେଶ ଯାଦବ ୟୁପିରେ କଂଗ୍ରେସକୁ ୧୧ ଆସନ ଅଫର କରିଛି । ଇଣ୍ଡିଆ ମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ୟୁପିର ୮୦ ଆସନ ରହିଥିବାବେଳେ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏସପି । ଯେଉଁଥିରେ ମେନପୁରରୁ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇବେ । ବଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖିରିରୁ ଅର୍କେଶ ବର୍ମାଙ୍କ ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+