ପିଟ୍ରୋଡା ପ୍ରଥମେ ରାହୁଲଙ୍କୁ କହିବା ଶିଖାନ୍ତୁ : ରବି ଶଙ୍କର ପ୍ରସାଦ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାକୁ ଥିବା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ବିଜେପି ଟାର୍ଗେଟ କରିଛି । ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଯଦି ପିଟ୍ରୋଡା ପ୍ରକୃତରେ ରାହୁଲରେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଦେଖନ୍ତି, ତେବେ ତାଙ୍କୁ ପ୍ରଥମେ କହିବାକୁ ଶିଖାନ୍ତୁ।
ସୁଚନାନୁସାରେ ଦୀର୍ଘଦିନ ଧରି ଗାନ୍ଧୀ ପରିବାରର ପରାମର୍ଶଦାତା ଥିବା ସାମ୍ ପିଟ୍ରୋଡା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ । ସେ କହିଥିଲେ , ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଅପେକ୍ଷା ଅଧିକ ବୁଦ୍ଧିଜୀବୀ ଏବଂ ରଣନୀତିଜ୍ଞ। ଆହୁରି ମଧ୍ୟ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଗୁଣ ଅଛି।
ପିଟ୍ରୋଡାଙ୍କ ଏହି ବିବୃତ୍ତିକୁ କାଉଣ୍ଟର କରି ବିଜେପି ନେତା ରବିଶଙ୍କର ପ୍ରସାଦ ପିଟ୍ରୋଡାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଯଦି ସେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ରାହୁଲ କିପରି କହିବେ ଏବଂ ତାଙ୍କୁ ମଧ୍ୟ କୁହନ୍ତୁ ଯେ, ବିଦେଶରେ ଯାଇ ଦେଶ ବିଷୟରେ କ'ଣ କହିବେ କେମିତି କହିବେ ଶିଖାନ୍ତୁ। କାରଣ ଯେତେବେଳେ ବି ରାହୁଲ ବିଦେଶ ଯାଆନ୍ତି, ସେ ଦେଶକୁ ବଦ୍ନାମ କରନ୍ତି।

ପିଟ୍ରୋଡା କହିଥିଲେ , 'ସରକାରଙ୍କୁ ସମାଲୋଚନା କରୁଛୁ, ଦେଶକୁ ସମାଲୋଚନା କରୁନାହୁଁ। ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ସମାଲୋଚନା କରିବା। ରାହୁଲ ବିଦେଶରେ ଦେଶର ବଦ୍ନାମ କରୁଛନ୍ତି ବୋଲି ଭାଜପା ଅଭିଯୋଗ ଜାରି ରଖିଛି। ଯାହାକି, ସମ୍ପୂର୍ଣ୍ଣ ଭିତ୍ତିହୀନ। ରାହୁଲଙ୍କ ଆରେମିକା ଗସ୍ତ ନେଇ ପିଟ୍ରୋଡା କହିଛନ୍ତି, ସେ ବ୍ୟକ୍ତିଗତ ସ୍ତରରେ କ୍ୟାପିଟାଲ ହିଲ୍ରେ ଲୋକଙ୍କୁ ଭେଟିବେ। ଏହି ସମୟ ମଧ୍ୟରେ ସେ ପ୍ରେସ କ୍ଲବରେ ମିଡିଆ ବ୍ୟକ୍ତିବିଶେଷଙ୍କୁ ଭେଟିବେ। ସେ ଥିଙ୍କ ଟ୍ୟାଙ୍କର ଲୋକଙ୍କ ସହ କଥା ହେବେ।
ପିଟ୍ରୋଡା ଆହୁରି କହିଛନ୍ତି, 'ରାହୁଲଙ୍କ ଭାବମୂର୍ତ୍ତିକୁ ସୋସିଆଲ ମିଡିଆରେ ବଦ୍ନାମ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ ଲୋକମାନେ ଦେଖୁଛନ୍ତି ଯେ, ତାହା ତାଙ୍କର ମିଥ୍ୟା ପ୍ରତିଛବି ଥିଲା। ରାହୁଲ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି ବୋଲି ସାମ୍ ପିଟ୍ରୋଡା କହିଛନ୍ତି।












Click it and Unblock the Notifications