ସାମ୍ ପିଟ୍ରୋଡା ବର୍ଣ୍ଣବାଦ ମନ୍ତବ୍ୟ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମେ କୃଷ୍ଣଙ୍କ ଉପାସକ
ଲୋକସଭା ନିର୍ବାଚନ ପାଇଁ ଭାରି ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାରେ ଏକ ରାଲି କରୁଛନ୍ତି। ୱାରଙ୍ଗାଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସାମ ପିଟ୍ରୋଡାଙ୍କ ଜାତିଗତ ବିବୃତ୍ତି ସମ୍ପର୍କରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ।

ସେ କହିଛନ୍ତି ଯେ ଚର୍ମର ରଙ୍ଗ ଯାହା ହେଉନା କାହିଁକି ଆମେ କୃଷ୍ଣଙ୍କର ଉପାସକ ଅଟୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋତେ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମୁଁ ବରଦାସ୍ତ କରିବି, କିନ୍ତୁ ଦେଶର ଲୋକଙ୍କ ପ୍ରତି ଅପମାନକୁ ସହ୍ୟ କରିପାରିବି ନାହିଁ। ଚର୍ମ ରଙ୍ଗ ଆଧାରରେ ଯୋଗ୍ୟତା ସ୍ଥିର ହୋଇଛି କି ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଶେହଜାଦା ରାହୁଲଙ୍କ ଗାଇଡ ଆମେରିକାର ଅଙ୍କଲ କହିଛନ୍ତି ଯେ ଯେଉଁମାନଙ୍କର କଳା ଚେହେରା ଅଛି ସେମାନେ ଆଫ୍ରିକାର। ରଙ୍ଗ ଆଧାରରେ ଏତେ ବଡ଼ ଅପମାନ କରାଯାଇଛି। ଚର୍ମର ରଙ୍ଗକୁ ଦେଖି ମାନିନେଲେ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଫ୍ରିକୀୟ ଅଟନ୍ତି। ଆଜି ତାଙ୍କର ଚିନ୍ତାଧାରା ସାମ୍ନାକୁ ଆସିଛି। ଚର୍ମର ରଙ୍ଗ ଯାହା ହେଇଥାଉ, ଆମେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାଉ। ଆମେ ତାଙ୍କର ଭକ୍ତ।
ସୂଚନା ଯୋଗ୍ୟ ଯେ, ନିକଟରେ 'ଦି ଷ୍ଟେଟମ୍ୟାନ'କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ କଳା ତଥା ଆଫ୍ରିକୀ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।












Click it and Unblock the Notifications