ସଲ୍ଟ ଲେକ୍ ଷ୍ଟାଡିୟମ ବିଭ୍ରାଟ; ମେସିଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା, କହିଲେ...
ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଷ୍ଟାର୍ ଫୁଟବଲ୍ ଖେଳାଳୀ ଲିଓନେଲ୍ ମେସି। ସଲ୍ଟ ଲେକ୍ ଷ୍ଟାଡିୟମରେ ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ଏକ ୭୦ ଫୁଟିଆ ମେସୀଙ୍କ ଷ୍ଟ୍ୟାଚୁ ନିର୍ମାଣ କରାଯାଇଛି, ଯାହାକୁ ଉଦଘାଟନ କରିଛନ୍ତି ମେସି। ମେସିଙ୍କ ଗସ୍ତକୁ ନେଇ ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଦେଖି ନପାରିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।
ତେବେ ମେସି ଶୋ'ରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ପରେ ରଣକ୍ଷେତ୍ର ପାଲଟିଥିଲା ଷ୍ଟାଡିୟମ୍ । ସେପଟେ ଅଧାବାଟରୁ ଫେରିଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଘଟଣାକୁ ନେଇ ମମତା ବାନାର୍ଜୀ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏକ ତଦନ୍ତ କମିଟି ଗଠନ ଘୋଷଣା କରିଛନ୍ତି । ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଘଟିଥିବା ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ମୁଁ ଗଭୀର ଭାବରେ ବିଚଳିତ ଓ ମର୍ମାହତ । ବାନାର୍ଜୀ ସୋସିଆଲ ମିଡିଆ ସାଇଟ୍ X ରେ ଲେଖିଛନ୍ତି।

ମୁଁ ହଜାର ହଜାର କ୍ରୀଡା ପ୍ରେମୀ ଓ ପ୍ରଶଂସକଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଷ୍ଟାଡିୟମକୁ ଯାଉଥିଲି । ହେଲେ ପରିସ୍ଥିତି ଏମିତି ହେଲା ଯେ ମୋତେ ଅଧାବାଟରୁ ଫେରି ଆସିବାକୁ ପଡିଲା ।ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମୁଁ ଲିଓନେଲ ମେସିଙ୍କ ଠାରୁ ଆରମ୍ଭ କରି ସମସ୍ତ କ୍ରୀଡାପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ଠାରୁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଜଷ୍ଟିସ (ଅବସରପ୍ରାପ୍ତ) ଆଶିମ କୁମାର ରାୟଙ୍କ ନେତୃତ୍ୱରେ ହୋମ ଆଣ୍ଡ ହିଲ୍ ବ୍ୟାପାର ବିଭାଗର ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସଦସ୍ୟ ଭାବେ ନେଇ ଏକ ତଦନ୍ତ କମିଟି ଗଠନ କରୁଛି । ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ । ଦାୟିତ୍ୱ ନିର୍ଣ୍ଣୟ କରିବ ଓ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ପରାମର୍ଶ ଦେବ। ପୁଣି ଥରେ, ମୁଁ ସମସ୍ତ କ୍ରୀଡାପ୍ରେମୀଙ୍କ ଠାରୁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।
ସୂଚନା ଥାଉକି, ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ସଲ୍ଟ ଲେକ୍ ଷ୍ଟାଡିୟମରେ ପହଞ୍ଚିବା ପରେ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଟିକେଟ୍ ପାଇଁ ଅତ୍ୟଧିକ ମୂଲ୍ୟ ଦେଇ ନିଜ ପ୍ରିୟ ତାରକାଙ୍କୁ ଦେଖିପାରି ନଥିବା ପ୍ରଶଂସକମାନେ ଆକ୍ରୋଶ ଦେଖିବାକୁ ମିଳିଥିଲା । ନିରାଶ ହୋଇ ଫେରିଥିବା ଫ୍ୟାନ୍ସମାନେ କହିଛନ୍ତି, "ଲିଓନେଲ୍ ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ। ସେହି ସମୟରେ ତାଙ୍କୁ ଘେରିଗଲେ ନେତା ଓ ମନ୍ତ୍ରୀ। ଯାହା ଫଳରେ ସାଧାରଣ ଦର୍ଶକଙ୍କୁ ଦେଖିବାକୁ ସୁଯୋଗ ମିଳିଲାନି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications