ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ ରୁଶଦି
ଗୁରୁତର ଅବସ୍ଥାରେ ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କର ଚାଲିଛି ଚିକିତ୍ସା। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆକ୍ରମଣ ଦ୍ବାରା ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି।
ନୂଆଦିଲ୍ଲୀ: ଗୁରୁତର ଅବସ୍ଥାରେ ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କର ଚାଲିଛି ଚିକିତ୍ସା। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆକ୍ରମଣ ଦ୍ବାରା ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁଶଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି । ସେ ନ୍ୟୁ ଜର୍ସୀର 24 ବର୍ଷୀୟ ଯୁବକ ବୋଲି ଜଣାପଡିିଛି। ଖୁବଶୀଘ୍ର ତାକୁ ଗିରଫ କରାଯିବା ନେଇ ସୂଚନା ମିଳିଛି। ଗତକାଲି ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ତାଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ରୁଶଦିଙ୍କ ଗଳାରେ 10ରୁ 15 ଥର ଛୁରାମାଡ ହୋଇଥିଲା । ଏହାପରେ ତୁରନ୍ତ ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରସିଦ୍ଧ ପୁସ୍ତକ ଦି ସାଟାନିକ ଭର୍ସେସ ପୁସ୍ତକ ରଚନା ପରେ ସେ ବାରମ୍ବାର ହତ୍ୟା ଧମକ ପାଇଥିଲେ। ଏହାପରେ ବିଶ୍ବର ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ପ୍ରତିବାଦ ସୃଷ୍ଟି ହେବା ସହ ହତ୍ୟା ଧମକ ଦିଆଯାଇଥିଲା । ତାଙ୍କ ମୁଣ୍ଡ ଲାଗି ଇରାନ ସରକାର 2016 ମସିହାରେ ଘୋଷଣା କରିଥିଲେ 6 ଲକ୍ଷ ପାଉଣ୍ଡ ।












Click it and Unblock the Notifications