ସଲମାନଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସୁଛି ଅତ୍ୟାଧୁନିକ ହତିଆର୍ !
Salman Khan: ଟାର୍ଗେଟରେ ସଲମାନ ଖାନ । ସୁଲତାନଙ୍କୁ ବାରମ୍ବାର ହତ୍ୟା କରାଯିବା ନେଇ ଧମକ ମିଳୁଛି, ଯାହାର ମୁମ୍ବାଇ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି । ପୋଲିସ ବର୍ତ୍ତମାନ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅଭିଯୁକ୍ତଙ୍କ ବିରୋଧରେ ନାଭି ମୁମ୍ବାଇ ପୋଲିସ ଏହି ଚାର୍ଜସିଟ ଦାଖଲ କରିଛି।

ଚାର୍ଜସିଟରେ ଦର୍ଶାଯାଇଛି ଯେ ସଲମାନ ଖାନଙ୍କ ହତ୍ୟା ପାଇଁ ଅଭିଯୁକ୍ତମାନେ ପାକିସ୍ତାନରୁ AK-47, AK-92, M-16 ରାଇଫଲ କିଣିବାକୁ ପ୍ରସ୍ତୁତ ହୋଇଥିଲେ । ଏପରିକି ତୁର୍କୀ ନିର୍ମୀତ ଜିଗାନା ପିସ୍ତଲ ବି କିଣିବା ପାଇଁ ଯୋଜନା କରାଯାଇଥିଲା ।
ନାଭି ମୁମ୍ବାଇ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସଲମାନ ଖାନଙ୍କୁ ହତ୍ୟା ଯେଉଁ ବ୍ୟକ୍ତି କରିବେ ତାଙ୍କୁ 25ଲକ୍ଷ ଟଙ୍କା ପୁରସ୍କାର ଦିଆଯିବା ନେଇ ଲରେନ୍ସ ବିଷ୍ଣୋଇ ଘୋଷଣା କରିଛି। ଯାହା ପରେ ପୋଲିସ ଏହି ମାମଲାର ଅନୁସନ୍ଧାନ କରୁଛି । ସିଦ୍ଧୁ ମୁସୱାଲାଙ୍କୁ ଯେପରି ହତ୍ୟା କରାଯାଇଥିଲା ସଲମାନଙ୍କୁ ସେହିପରି ହତ୍ୟା କରାଯିବା ନେଇ ବାରମ୍ବାର ଧମକ ଦିଆଯାଉଛି ।












Click it and Unblock the Notifications