ଭାଇ ଅରବାଜଙ୍କ ପରେ ବିବାହ କରିବେ ସଲମାନ ଖାନ !
Salman Khan Marriage: ନିକଟରେ ସଲମାନ ଖାନଙ୍କ ଭାଇ ଅରବାଜ ଖାନ ପ୍ରସିଦ୍ଧ ମେକଅପ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ସଲମାନ ମଧ୍ୟ ବେଶ୍ ମସ୍ତି କରୁଥିବା ଦେଖିବା ପାଇଁ ମିଳିଥିଲା କିନ୍ତୁ ଭାଇଙ୍କ ବିବାହ ପରେ ସଲମାନଙ୍କ ବିବାହକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । ନିକଟରେ ସଲମାନ ଖାନ ନିଜ ବିବାହକୁ ନେଇ ସୂଚନା ଦେଇଛନ୍ତି ।
ସଲମାନ ଖାନ ଗତ କିଛି ବର୍ଷ ଧରି ବିଗ୍ ବସ୍ ହୋଷ୍ଚ କରି ଆସୁଛନ୍ତି । ଅନେକ ଥର ସେ ବିବି ଶୋ'ରେ ନିଜ ବିଷୟରେ ବହୁତ କିଛି କହିଥାନ୍ତି । କିନ୍ତୁ ଏଥର ସଲମାନ ଖାନ ଯାହା କହିଛନ୍ତି ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟ ଚହଳ ସୃଷ୍ଟି ହୋଇଛି । ସଲମାନଙ୍କ ଏହି ବିବୃତ୍ତିକୁ ନେଇ ଏବେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି ।

ନିକଟରେ ତବୁ ବିଗ୍ ବସ୍ ରେ ଅତିଥି ସାଜି ପହଞ୍ଚଥିଲେ । ତେବେ ସମସ୍ତେ ଜାଣନ୍ତି ଯେ ତବୁ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଯେତେବେଳେ ଶୋ'ର ପ୍ରତିଯୋଗୀ ବିକି ଜୈନ ସଲମାନଙ୍କୁ ପଚାରିଥିଲେ ତୁମେ କେବେ ବିବାହ କରିବ? ତୁମେ ଆମକୁ ଫସାଇ ଦେଇଛ.... ଏହା ଶୁଣିବା ପରେ ଉଭୟ ସଲମାନ ଏବଂ ତବୁ ହସିବା ଆରମ୍ଭ କରିଥିଲେ ।
ଏହା ପରେ ତବୁ ଶୋ'ରେ ସଲମାନ ଖାନଙ୍କର ଖୁବ୍ ପ୍ରଶଂସା କରିଥିଲେ । ଏହି ସମୟରେ ସଲମାନ କହିଥିଲେ ସେ ଅନେକ ଥର ବିବାହ କରିଛନ୍ତି, ଏପରିକି ଶୋ'ରେ ଏଣ୍ଟ୍ରି କରିବା ପୂର୍ବରୁ ମଧ୍ୟ ତାଙ୍କର ବିବାହ ହୋଇଥିଲା । ଏହା ପରେ ସଲମାନ କହିଥିଲେ, ଆମେ ବିବାହ କରିବୁ। ଏକ ହ୍ୱିଲ୍ ଚେୟାରରେ ଏବଂ ସେଠାରୁ ସିଧା ନିଆଁକୁ ଚାଲି ଯିବୁ । ବିବାହକୁ ନେଇ ସଲମାନ ଖାନ କଥା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଲେ। କିନ୍ତୁ ସଲମାନ କାହାକୁ ବିବାହ କରିବେ ସେନେଇ କିଛି ସ୍ପଷ୍ଟ କରି ନଥିଲେ ଅଭିନେତା ।












Click it and Unblock the Notifications