ମୁମ୍ବାଇ ପୋଲିସକୁ ଧମକ; ସଲମାନ ଖାନଙ୍କୁ ଜୀବିତ ରଖିବାକୁ ୫ କୋଟି ଦାବି
ମୁମ୍ବାଇ ଟ୍ରାଫିକ ପୋଲିସର ୱାଟସ ଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି । ଯେଉଁଥିରେ ଅଭିନେତା ସଲମାନ ଖାନଙ୍କ ଠାରୁ 5 କୋଟି ଟଙ୍କା ଦାବି କରାଯାଇଛି। ବାର୍ତ୍ତାର ପ୍ରେରକ ଦାବି କରିଛନ୍ତି, "ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଯଦି ସଲମାନ ଖାନ ଜୀବିତ ରହିବାକୁ ଏବଂ ଲରେନ୍ସ ବିଷ୍ଣୁଙ୍କ ସହ ତାଙ୍କର ଶତ୍ରୁତାକୁ ଶେଷ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ 5 କୋଟି ଟଙ୍କା ଦେବାକୁ ପଡିବ। ଯଦି ଟଙ୍କା ନ ଦିଆଯାଏ, ତେବେ ସଲମାନ ଖାନଙ୍କ ଅବସ୍ଥା ବାବାଙ୍କ ପରି ହେବ, ଏହା ସିଦ୍ଦିକି ଠାରୁ ଖରାପ ହେବ ।

ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଧମକ ମିଳିଛି। ପରେମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍ଖାଙ୍କୁ ପୋଲିସ ଧରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।
ପୋଲିସ କହିଛି, ସୁକ୍ଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍ଖା ଫେରାର ଥିଲେ। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି।












Click it and Unblock the Notifications