ବାବା ସିଦ୍ଦକିଙ୍କ ହତ୍ୟା ପରେ ସଲମାନଙ୍କ ପରିବାର ଲୋକ ଏଭଳି କଲେ ଅନୁରୋଧ
ନୂଆଦିଲ୍ଲୀ : ଏନସିପିର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ବିଭିନ୍ନ ମହଲରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପୁଲିସ୍ ଗୁଳି ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଶୁଟରକୁ ଚିହ୍ନଟ କରି ସାରିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି।
ବାବା ସିଦ୍ଦକିଙ୍କ ହତ୍ୟା ପରେ ସଲମାନ ଖାନ୍ ଓ ତାଙ୍କ ପରିବାର ଖୁବ୍ ଚିନ୍ତାରେ ଅଛନ୍ତି। ସଲମାନ ଏବଂ ତାଙ୍କ ଘରର ସୁରକ୍ଷା ବଢାଇବା ଖବର ପୂର୍ବରୁ ଆସିସାରିଛି। ଏବେ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ଗ୍ୟାଙ୍ଗ। ଏହି ଘଟଣା ପରେ ସଲମାନ ଖାନ୍ଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି। ଏଥିସହିତ ସେ ରହୁଥିବା ବଙ୍ଗଳା ଭିତରକୁ ବାହାରଲୋକଙ୍କ ପ୍ରବେଶରେ ରୋକ ଲଗାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସଲମାନ ତାଙ୍କର ଅତି ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାବା ସିଦ୍ଦିକି ସଲମାନଙ୍କ ପାଇଁ ସାଙ୍ଗ ନୁହେଁ ପରିବାରର ଜଣେ ସଦସ୍ୟ ଭଳି ଥିଲେ। ସଲମାନ ଲିଲାବତୀ ହସ୍ପିଟାଲରେ ବାବା ସିଦ୍ଦିକିଙ୍କୁ ମୃତ ଅବସ୍ଥାରେ ଦେଖି ନିଜକୁ ସମ୍ଭାଳି ପାରୁ ନାହାନ୍ତି। ନା ସେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି। ସେ କିଛିଦିନ ପାଇଁ ସମସ୍ତ ବ୍ୟକ୍ତିଗତ ସାକ୍ଷାତକାରକୁ ବାତିଲ କରି ଦେଇଛନ୍ତି। ଏଥିସହିତ ଲୋକଙ୍କୁ ଅନୁରୋଧ କରି କହିଛନ୍ତି, 'କିଛିଦିନ ପାଇଁ ମୋତେ ଭେଟିବାକୁ ଆସନ୍ତୁ ନାହିଁ।'












Click it and Unblock the Notifications