ଫଡନ୍ଭିସ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ସଲମାନ, ଶାହାରୁଖଙ୍କ ସହ ଏସବୁ ବଲିଉଡ ଷ୍ଟାର
ମୁମ୍ବାଇ: ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବୀସ। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏହି ଶପଥଗ୍ରହଣ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶପଥଗ୍ରହଣ ସମାରୋହ ସମୟରେ ଅନେକ ବଲିଉଡ ସୁପରଷ୍ଟାର ମଧ୍ୟ ସିଏମଙ୍କ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଛନ୍ତି। ଶପଥ ଗ୍ରହଣ ସମାରୋହରେ ଶାହାରୁଖ ଖାନ, ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ସମେତ ଅନେକ ତାରକା ଆସିଛନ୍ତି।












Click it and Unblock the Notifications