ରାମ ନବମୀ ପାଇଁ ମାଂସ ବିକ୍ରି ଉପରେ ଲାଗିଲା ରୋକ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାମ ନବମୀକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ବିବିଏମ୍ପି ସୀମାରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ମାର୍ଚ୍ଚ 30ରେ ରାମ ନବମୀ 2023 କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନାଗରିକ ସଂଗଠନ ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ସୀମା ମଧ୍ୟରେ ମାଂସ ବିକ୍ରୟ ନ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି ।
ଉଲ୍ଲେଖଥାଉ କି , ଏହା ପୂର୍ବରୁ ଶିବରାତ୍ରୀ ଅବସରରେ BBMP ବେଙ୍ଗାଲୁରୁରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା । ବିବିଏମପି ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ ମାର୍ଚ୍ଚ 30 ରେ ରାମ ନବମୀ ଅବସରରେ ବେଙ୍ଗାଲୁରୁର କୌଣସି ସ୍ଥାନରେ ମାଂସ ବିକ୍ରି ହେବ ନାହିଁ । ଯଦି ଏହି ଆଦେଶକୁ ଉଲ୍ଲଂଘନ କରାଯାଏ । ତେବେ ଜିଲ୍ଲା ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଅନ୍ୟପଟେ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ରାମ ନବମୀ ଉପରେ 'ଶ୍ରୀ ରାମ ଭଗବାନ୍ ପ୍ରତୀତା ଯାତ୍ରା' ଆୟୋଜନ କରିବାକୁ ଦିଲ୍ଲୀ ପୋଲିସ ଅନୁମତି ଦେଇ ନାହିଁ । ଗତ ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଜାହାଙ୍ଗୀରପୁରୀରେ ହିଂସା ହୋଇଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରମଜାନ ଦିନ ପାର୍କରେ ନମାଜ ଅର୍ପଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଉତ୍ତର ପଶ୍ଚିମ ଜିଲ୍ଲାର ଆସିଷ୍ଟାଣ୍ଟ କମିଶନର୍ (ମୁଖ୍ୟାଳୟ) ସୋମବାର ଦିନ 'ଶ୍ରୀ ରାମ ଭଗବାନ୍ ପ୍ରତୀତା ଯାତ୍ରା'କୁ ଅନୁମତି ମନା କରି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ।












Click it and Unblock the Notifications