ସୁପରହିଟ୍ 'ସାଲାର': ପ୍ରଥମ ଦିନରେ ୧୧୬.୮ କୋଟିର ବ୍ୟବସାୟ କଲା ପ୍ରଭାସଙ୍କ ଫିଲ୍ମ
Salaar box office day collection day 1: 'କେଜିଏଫ୍' ଫେମ୍ ପ୍ରଶାନ୍ତ ନୀଲ ଆଉ ଏକ କ୍ରାଇମ୍, ଆକ୍ସନ୍ ଥ୍ରୀଲର ଫିଲ୍ମ ସହ ବ୍ୟାକ୍ କରିଛନ୍ତି । ପ୍ରଭାସ ଏବଂ Prithviraj Sukumaranଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫିଲ୍ମ 'ସାଲାର ପାର୍ଟ 1' ଡିସେମ୍ବର 22 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି କ୍ରାଇମ ଥ୍ରୀଲର ଚଳଚ୍ଚିତ୍ର କାଳ୍ପନିକ ସହର ଖାନସାର ଉପରେ ଆଧାରିତ । ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳିଛି । ଯାହା ଏକ ବଡ଼ ପ୍ରମାଣ ଯେ ଏହି ସିନେମାଟି ଆଗକୁ ରାଜ୍ କରିବା ପାଇଁ ଯାଉଛି ।

ପ୍ରଭାସଙ୍କ ଫିଲ୍ମ 'ସାଲାରା' ପାଇଁ ଫ୍ୟାନ୍ସ ପାଗଳାମୀ ସିନେମା ହଲ ବାହାରେ ଲାଗିଥିବା ଲମ୍ବା ଲାଇନ୍ ହିଁ ବଖାଣୁଛି । ସେହିପରି ଫିଲ୍ମ ପାଇଁ ବମ୍ପର ଆଡଭାନ୍ସ ବୁକିଂ ହୋଇଥିବା ନେଇ ଖବର ରହିଥି ଏହାସହ ରିଲିଜ୍ ପୂର୍ବରୁ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିଛି । SACNILCର ରିପୋର୍ଟ ଅନୁଯାୟୀ, ଫିଲ୍ମର ଆଡଭାନ୍ସ ବୁକିଂରୁ ମିଳିଥିବା ରୋଜଗାର ବିଷୟରେ କହିବାକୁ ଗଲେ ସାରା ଦେଶରେ ଏହାର 21 ଲକ୍ଷ 24 ହଜାର 171 ଟିକେଟ୍ ବିକ୍ରି ହୋଇଛି । ଯେଉଁଥିପାଇଁ ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ହିଁ 46.42 କୋଟି ଟଙ୍କା ବ୍ୟବସାୟ କରିଛି ।
ଓରମାକ୍ସ ମିଡିଆ ଅନୁଯାୟୀ, 'ସାଲାର' ପ୍ରଥମ ଦିନରେ 116.8 କୋଟି ଟଙ୍କା ରୋଜଗାର କରିପାରେ । ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ ହୋଇଛି ହେଲେ ତେଲୁଗୁ ଭାଷାରେ ସର୍ବାଧିକ ରୋଜଗାର କରିଛି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା 'ସାଲାର' ବାହୁବଳୀ, କେଜିଏଫ ଭଳି ବ୍ଲକବ୍ଲଷ୍ଟର ଫିଲ୍ମକୁ ଆୟରେ ପଛାରେ ପକାଇ ପାରେ ବୋଲି ଆକଳନ କରିଛନ୍ତି ସୀନେ ସମୀକ୍ଷକ । 'ସଲାରା' ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ପ୍ରଭାସଙ୍କ ବ୍ୟତୀତ Prithviraj Sukumaranଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications