ପୂର୍ବତନ ସାଂସଦଙ୍କୁ ଆଜୀବନ କାରାଦଣ୍ଡ, ୧୯୮୪ ଶିଖ୍ ଦଙ୍ଗାରେ ଥିଲେ ଜଡିତ
୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ସରସ୍ୱତୀ ବିହାର ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ନଭେମ୍ବର ୧ ତାରିଖ ୧୯୮୪ ମସିହାରେ ପଶ୍ଚିମ ଦିଲ୍ଲୀର ରାଜନଗର ଅଞ୍ଚଳରେ ପିତା-ପୁତ୍ର ଯୋଡି, ସର୍ଦ୍ଦାର ଜସୱନ୍ତ ସିଂହ ଏବଂ ସର୍ଦ୍ଦାର ତରୁଣଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ, ଦଙ୍ଗାକାରୀଙ୍କ ଏକ ଦଳ ଲୁହା ରଡ୍ ଏବଂ ବାଡ଼ି ସାହାଯ୍ୟରେ ପୀଡିତଙ୍କ ଘର ଉପରେ ଆକ୍ରମଣ କରିଥିଲେ ।

ଅଭିଯୋଗକାରୀଙ୍କ ଅନୁଯାୟୀ, ଏହି ଭିଡ଼ର ନେତୃତ୍ୱ ନେଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ସଜ୍ଜନ କୁମାର, ଯିଏ ସେତେବେଳେ ବାହାରୀ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ଅଭିଯୋଗ ହୋଇଛି ଯେ, ସଜ୍ଜନ କୁମାର ଆକ୍ରମଣ ପାଇଁ ଭିଡ଼କୁ ଉସୁକାଇଥିଲେ, ଯାହା ପରେ ଉଭୟ ଶିଖଙ୍କୁ ସେମାନଙ୍କ ଘରେ ଜୀବନ୍ତ ଜାଳି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଘର ଭଙ୍ଗାରୁଜା, ଲୁଟପାଟ ଏବଂ ନିଆଁ ଲଗାଇ ଦେଇଥିଲେ।












Click it and Unblock the Notifications