ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍
Saif Ali Khan Admitted: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ନେଇ ଏକ ବଡ଼ ଖବର ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ସୋମବାର ସକାଳେ ଅଭିନେତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପାଖରେ ତାଙ୍କ ପତ୍ନୀ କରିନା କପୁର ଖାନ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସୈଫଙ୍କ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟ ବିଷୟରା ଜାଣିବା ପାଇଁ ବ୍ୟଗ୍ର ଅଛନ୍ତି ।
ସୂଚନା ଅନୁସାରେ, ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କର ଆଣ୍ଠୁ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିଲା । ଯେଉଁଥି ପାଇଁ ତାଙ୍କୁ ତୁରନ୍ତ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ । ହେଲେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନା ତାଙ୍କ ସହ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାରର କୌଣସି ସଦସ୍ୟ ସୈଅଲି ଖାନଙ୍କୁ ଲାଗିଥିବା ଆଘାତ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି । ରିପୋର୍ଟ ଅନୁଯାୟୀ,ସୈଫଙ୍କ ଆଣ୍ଠୁ ଏବଂ କାନ୍ଧରେ ଫ୍ୟାକଚର ଲାଗିଥିଲା । ଦୀର୍ଘି ଦିନ ହେବ ତାଙ୍କ ଅସ୍ତ୍ରୋପଚାର ହେବାର ଥିଲା ଯାହା ଆଜି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି କୌଣସି ଚିନ୍ତାର ବିଷୟ ନାହିଁ ବୋଲି ସୂଚନା ରହିଛି । ପୂର୍ବରୁ ମଧ୍ୟ ତାଙ୍କ ଅନେକ ଥର ଅସ୍ତ୍ରୋପଚାର ହୋଇଛି ।
ଅନ୍ୟପକ୍ଷରେ ଖବର ଥାଉ ଯେ, ସୈଫ ବର୍ତ୍ତମାନ ସାଉଥ୍ ଫିଲ୍ମ 'Devara Part-1' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସେ ବାହିରା ଭୂମିକାରେ ନଜର ଆସିବେ। ସୈଫଙ୍କ ବ୍ୟତୀତ ଜୁନିଅର ଏନଟିଆର ଏବଂ ଜାନଭୀ କପୁର ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।












Click it and Unblock the Notifications