ଘୋଷଣା ହେଲା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ଜାଣନ୍ତୁ ଓଡ଼ିଶାରୁ କିଏ ?
ସାହିତ୍ୟ ଏକାଡେମୀ ବୋର୍ଡ ତରଫରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାହିତ୍ୟ ଏକାଡେମୀର ମୁଖ୍ୟ ମାଧବ କୌଶିକ ଯୋଗ ଦେଇ ୨୦୨୪ ପାଇଁ ୨୩ ଜଣ ଲେଖକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି । ବୋର୍ଡର ଜୁରୀ ମେମ୍ବରମାନେ ଯୁବ ସାହିତ୍ୟ ପୁରସ୍କାର ପାଇଁ ୨୩ ଜଣଙ୍କ ନାମ ଘୋଷଣା କରିଛନ୍ତି ।

ଏହି ପୁରସ୍କାର ପାଇବାକୁ ଥିବା ଲେଖକମାନଙ୍କୁ ସାହିତ୍ୟ ଏକାଡେମୀ ତରଫରୁ ମାନପତ୍ର ସହ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଚଳିତ ବର୍ଷ ଗଳ୍ପ ସଂକଳନ 'ଗପ କଳିକା' ପାଇଁ ବାଲ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଠ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ ଏବଂ ଗଳ୍ପ ସଂକଳନ 'ହୁ ବାଇଆ' ପାଇଁ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କଥାକାର ସଂଜୟ କୁମାର ପଣ୍ଡାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି କି, ଆମ ରାଜ୍ୟ ଓଡିଶା ଆପଣମାନଙ୍କ ପରି ଲେଖକ ପାଇ ଗର୍ବିତ । ଆପଣମାନଙ୍କ ଏହି ସମ୍ମାନ ଓ ସୃଜନଶୀଳତା ଯୁବ ଲେଖକମାନଙ୍କୁ ଅନୁପ୍ରାଣିତ କରିବ ।












Click it and Unblock the Notifications