ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲା । ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଛି । ବମ୍ବେ ହାଇକୋର୍ଟ ଆଗୁଆ ଜାମିନ୍ ପାଇଁ ମନା କରିବା ପରେ ମୁମ୍ବାଇ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନାନୁସାରେ , ମହାଦେବ ବେଟିଂ ଆପ୍ ସମ୍ପର୍କିତ ମାମଲାରେ ସାହିଲ ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।

ତାଙ୍କୁ ୧୫ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ଅଭିନେତାଙ୍କୁ ପଚରାଉଚରା କରିସାରିଛି । ଏହି ମାମଲାରେ ସାହିଲ ଖାନ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ଓ ତେବେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସାହିଲ ଖାନ 'ଦ ଲାୟନ ବୁକ୍ ଆପ୍‌' ନାମକ ଏକ ବେଟିଂ ଆପ୍ ସହିତ ଜଡିତ ଥିଲେ ।

Sahil Khan

ଏହି ପ୍ରସଙ୍ଗରେ ଅନ୍ୟ ଅନେକ ଷ୍ଟାରଙ୍କ ନାମ ଆଗକୁ ଆସିଛି । କହିବାକୁ ଗଲେ ମୁମ୍ବାଇ ପୋଲିସ ସାହିଲ ଖାନଙ୍କୁ ଛତିଶଗଡରୁ ଗିରଫ କରିଛି । ତାଙ୍କୁ ମୁମ୍ବାଇ ଅଣାଯିବ, ଯେଉଁଠାରେ ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯିବ । ମାଥୁଙ୍ଗା ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି ଯେଉଁଥିରେ ଭାରତୀୟ ଦଣ୍ଡବିଧି ସଂହିତା, ଜୁଆ ଖେଳ ଆଇନ, ଆଇଟି ଆକ୍ଟ ଏବଂ ଅଧିକ ତଦନ୍ତ ଚାଲିଛି ।

ଆଇପିସିର ଧାରା ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦ (ବି) ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ଅଭିନେତା ସାହିଲ ଖାନ ଏବଂ ଡାବର କମ୍ପାନୀର ଗୌରବ ବର୍ମନ ଏବଂ ମୋହିତ ବର୍ମନ ଏବଂ ଅନ୍ୟମାନଙ୍କ ନାମ ପୋଲିସ ଅନ୍ତର୍ଭୁକ୍ତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+