Get Updates
Get notified of breaking news, exclusive insights, and must-see stories!

Sahara Refund Portal: ଆବେଦନ ପାଇଁ ଏହି ଦୁଇ ଡକ୍ୟୁମେଣ୍ଟ୍ ନିହାତି ଆବଶ୍ୟକ

ନୂଆଦିଲ୍ଲୀ: ଶେଷରେ ସାହାରା ଇଣ୍ଡିଆର ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର 'ସାହାରା ରିଫଣ୍ଡ ପୋର୍ଟାଲ' ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ଆପଣମାନେ ୪୫ ଦିନ ମଧ୍ୟରେ ନିଜର ଅର୍ଥ ଫେରସ୍ତ ପାଇ ପାରିବେ ।

ତେବେ ଆପଣ ସାହାରା ଗ୍ରୁପର ବିଭିନ୍ନ ସୋସାଇଟିରେ ଯେତେ ଟଙ୍କା ଜମା କରିଥାନ୍ତୁ ନା କାହିଁକି ବର୍ତ୍ତମାନ ଆପଣଙ୍କୁ ରିଫଣ୍ଡ୍ ବା ଫେରସ୍ତ ଆକାରରେ ମାତ୍ର ୧୦,୦୦୦ ଟଙ୍କା ମିଳିବ । ଯଦିଓ ଆପଣଙ୍କର ସାହାରା ସ୍କିମରେ ୧ ଲକ୍ଷ ଟଙ୍କା ଜମା ରହିଥାଏ ବର୍ତ୍ତମାନ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କେବଳ ୧୦,୦୦୦ ଟଙ୍କା ଫେରସ୍ତ ମିଳିବ ।

Sahara Refund Portal: These Two Documents Most Required for Claim

ତେବେ ବ୍ୟବସ୍ଥାର ସଫଳତାକୁ ଦେଖି ପରବର୍ତ୍ତୀ ୪୫ ଦିନ ଭିତରେ ଜମାକାରୀଙ୍କ ସମସ୍ତ ଟଙ୍କା ଫେରାଇବା ବ୍ୟବସ୍ଥା ହେବ। ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରଖିଛି କେନ୍ଦ୍ର ସରକାର । ସାହାରା ରିଫଣ୍ଡ ପୋର୍ଟାଲ ଜରିଆରେ ଅର୍ଥ ଫେରସ୍ତ ପାଇବା ବହୁତ ସହଜ । ଏଥିପାଇଁ କୌଣସି ଫିସ୍ ଦେବାକୁ ପଡ଼ିବନି କି ଏଜେଣ୍ଟର ଆବଶ୍ୟକତା ରହିବନି ।

ଏହି ଦୁଇ ଡକ୍ୟୁମେଣ୍ଟ୍ ନିହାତି ଆବଶ୍ୟକ

ସାହାରା ଇଣ୍ଡିଆରେ ଜମା ଥିବା ଅର୍ଥ ଫେରି ପାଇବାକୁ ହେଲେ ନିବେଶକଙ୍କୁ ସାହାରା ରିଫଣ୍ଡ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। କ୍ଲେମ୍ ନିମନ୍ତେ ଆପଣଙ୍କର ମୋବାଇଲ୍ ଫୋନ୍ ଆପଣଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହେବା ଜରୁରୀ । କେବଳ ଏତିକି ନୁହେଁ, ଆପଣଙ୍କର ଆଧାର ମଧ୍ୟ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହେବା ଉଚିତ୍ । ଆଧାର ଲିଙ୍କ୍ ବିନା, ଆପଣ ଅର୍ଥ ଫେରସ୍ତ ପାଇଁ ଦାବି କରି ପାରିବେ ନାହିଁ ।

ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ଆଧାର ନମ୍ବର ବ୍ୟତୀତ, ସାହାରା ସ୍ମିମ୍ ସମ୍ପର୍କିତ ନିବେଶ ରସିଦ୍ ଦେବାକୁ ପଡ଼ିବ । କ୍ଲେମ୍ ଫର୍ମ ସହିତ, ଆପଣଙ୍କୁ ବିନିଯୋଗ ଯୋଜନାର ରସିଦ୍ ମଧ୍ୟ ଅପଲୋଡ୍ କରିବାକୁ ପଡିବ । ଯଦି ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ସଠିକ୍ ଏବଂ ଆପଣଙ୍କର ଦାବି ସଠିକ୍, ତେବେ ୪୫ ଦିନ ମଧ୍ୟରେ ଆପଣଙ୍କ ଟଙ୍କା ଆପଣଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ।

କେମିତି କରିବେ ଆବେଦନ ?

୧- ପ୍ରଥମେ ନିବେଶକଙ୍କୁ https://mocrefund.crcs.gov.in/Depositor/Login ପୋର୍ଟାଲକୁ ଯାଇ ହୋମ ପେଜରେ 'ଜମାକାରୀ ପଞ୍ଜିକରଣ' ଅପ୍ସନକୁ କ୍ଲିକ କରିବାକୁ ପଡ଼ିବ ।

୬ ମାସର ଶିଶୁ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ.

ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ.

୨- ଏବେ ନୂଆ ପେଜରେ ଆଧାର ନମ୍ବର ଦେବେ ଓ ପଞ୍ଜୀକୃତ ମୋବାଇଲ ନମ୍ବର ଦେବେ ।

୩- ଏହାପରେ ତଳେ ଦିଆଯାଇଥିବା କ୍ୟାପଚା କୋଡ ଭରନ୍ତୁ ଓ ଓଟିପି ପ୍ରାପ୍ତ କରି ବିକଳ୍ପ ଉପରେ କ୍ଲିକ କରନ୍ତୁ ।

୪- ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଆସିବା ପରେ ତାହାକୁ ଦାଖଲ କରନ୍ତୁ ।

୫- ଏହାପରେ ଆପଣଙ୍କର ରେଜିଷ୍ଟ୍ରସନ ସରିଯିବ ଓ ପୁଣି ହୋମପେଜକୁ ଯାଆନ୍ତୁ ।

୬- ଲଗିନ୍ ପାଇଁ ଆପଣ 'ଜମାକାରୀ ଲଗିନ' ଅପ୍ସନକୁ ସିଲେକ୍ଟ କରନ୍ତୁ ।

୭- ସେଠାରେ ନିଜର ଆଧାର ନମ୍ବରର ଶେଷ ୪ଟି ଅଙ୍କକୁ ଦାଖଲ କରି ନିଜର ମୋବାଇଲ ନମ୍ବର ଦାଖଲ କରନ୍ତୁ ।

୮- ପୁଣି କ୍ୟାପଚା କୋଡ ଭରି ଓଟିପି ପ୍ରାପ୍ତ କରି ବିକଳ୍ପ ବାଛନ୍ତୁ । ଏବେ ମୋବାଇଲକୁ ଆସିଥିବା ଓଟିପି ଭରନ୍ତୁ ।

୯- ନୂଆ ପେଜ ଖୋଲିବା ପରେ ସେଠାରେ ନିୟମାବଳୀକୁ ଭଲରେ ପଢ଼ିବା ପରେ 'ମୁଁ ରାଜି ଅଛି' ଉପରେ କ୍ଲିକ କରନ୍ତୁ ।

୧୦- ଏହାପରେ ନିଜର ବ୍ୟାଙ୍କର ନାମ ଓ ଜନ୍ମ ତାରିଖ ଦେଖାଯିବ । ଏହାପରେ ଡିପୋଜିଟ ସାର୍ଟିଫିକେଟ ଫର୍ମକୁ ଯାଇ କ୍ଲେମ ରିକୁଏଣ୍ଟ ଫର୍ମ ଭରିବାକୁ ପଡ଼ିବ ।

୧୧- କୋ-ଅପରେଟିଭ୍ ସୋସାଇଟି ନାମ, ସଦସ୍ୟତା ନମ୍ବର ଓ ଜମା ରାଶି ପୂରଣ କରନ୍ତୁ ।

୧୨- ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟ ଭେରିଫାଏ ହେବା ପରେ ପୋର୍ଟାଲରୁ କ୍ଲେମ ଲେଟର ଡାଉନଲୋଡ୍ କରନ୍ତୁ ।

୧୩- ନିଜର ପାସପୋର୍ଟ ଫଟୋ ସେଥିରେ ଲଗାଇ ସାଇନ୍ କରନ୍ତୁ । ପୁଣି ଏହାକୁ ସ୍କାନ କରି ଅପଲୋଡ୍ କରନ୍ତୁ ।

୧୪- ଅପଲୋଡ୍ ହେବା ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ କନଫର୍ମେସନ ମେସେଜ ଆସିବ ।

୧୫- କନଫର୍ମେସନ ମେସେଜ ଆସିବାର ୪୫ ଦିନ ଭିତରେ ଆପଣଙ୍କ ଖାତାକୁ ରିଫଣ୍ଡ ରାଶି ଟ୍ରାନ୍ସଫର ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+