Get Updates
Get notified of breaking news, exclusive insights, and must-see stories!

Sahara Refund: କେମିତି ଫେରି ପାଇବେ ସାହାରା ଟଙ୍କା ? କେମିତି କରିବେ ଆବେଦନ ? ଜାଣନ୍ତୁ; ପୂରା ପ୍ରକ୍ରିୟା...

ନୂଆଦିଲ୍ଲୀ: ଦୀର୍ଘବର୍ଷର ଅପେକ୍ଷା ପରେ ଶେଷରେ ସାହାରା ଇଣ୍ଡିଆର ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର 'ସାହାରା ରିଫଣ୍ଡ ପୋର୍ଟାଲ' ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ଆପଣମାନେ ୪୫ ଦିନ ମଧ୍ୟରେ ନିଜର ଅର୍ଥ ଫେରସ୍ତ ପାଇ ପାରିବେ ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏହି ରିଫଣ୍ଡ୍ ପୋର୍ଟାଲ ଲଞ୍ଚ କରିଛନ୍ତି । ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି । ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରଖିଛି କେନ୍ଦ୍ର ସରକାର ।

Sahara Refund

ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ । ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜମାକାରୀ ଟଙ୍କା ଫେରି ପାଇ ନାହାଁନ୍ତି । ସାହାରା ଇଣ୍ଡିଆରେ ଅଧିକାଂଶ ଜମାକାରୀ ଓଡ଼ିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶର ରହିଛନ୍ତି ।

ଯେଉଁ ନିବେଶକଙ୍କର ସାହାରା ଇଣ୍ଡିଆରେ ଅଧିକ ଅର୍ଥରାଶି ଜମା ରହିଛି, ସେମାନଙ୍କୁ ମୋଟ ନିବେଶର ୧୦ ହଜାର ଟଙ୍କା ଫେରସ୍ତ କରାଯିବ । ବ୍ୟବସ୍ଥାର ସଫଳତାକୁ ଦେଖି ପରବର୍ତ୍ତୀ ୪୫ ଦିନ ଭିତରେ ଜମାକାରୀଙ୍କ ସମସ୍ତ ଟଙ୍କା ଫେରାଇବା ବ୍ୟବସ୍ଥା ହେବ। ପ୍ରାୟ ୪ କୋଟି ଜମାକାରୀ ଏହି ଟଙ୍କା ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ସାହାରା ରିଫଣ୍ଡ ପୋର୍ଟାଲ ଜରିଆରେ ଅର୍ଥ ଫେରସ୍ତ ପାଇବା ବହୁତ ସହଜ । ଏଥିପାଇଁ କୌଣସି ଫିସ୍ ଦେବାକୁ ପଡ଼ିବନି କି ଏଜେଣ୍ଟର ଆବଶ୍ୟକତା ରହିବନି ।

ସାହାରାର ଏଜେଣ୍ଟମାନେ ୩୦ ଦିନ ଭିତରେ ଜମାକାରୀଙ୍କ କାଗଜ ପତ୍ର ଯାଞ୍ଚ କରିବେ। ଅନଲାଇନରେ ଆବେଦନ କରିବା ପରେ ୧୫ ଦିନ ଭିତରେ ଜମାକାରୀ ଏସଏମଏସ ମାଧ୍ୟମରେ ସୂଚନା ପାଇବେ। ଏହାପରେ ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ଏହି ପ୍ରକ୍ରିୟା ପାଇଁ ୪୫ ଦିନ ସମୟ ଲାଗିବ ।

କେମିତି କରିବେ ଆବେଦନ ?

  • ୧- ପ୍ରଥମେ ନିବେଶକଙ୍କୁ https://mocrefund.crcs.gov.in/Depositor/Login ପୋର୍ଟାଲକୁ ଯାଇ ହୋମ ପେଜରେ 'ଜମାକାରୀ ପଞ୍ଜିକରଣ' ଅପ୍ସନକୁ କ୍ଲିକ କରିବାକୁ ପଡ଼ିବ ।
  • ୬ ମାସର ଶିଶୁ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ.
  • ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ.
  • ୨- ଏବେ ନୂଆ ପେଜରେ ଆଧାର ନମ୍ବର ଦେବେ ଓ ପଞ୍ଜୀକୃତ ମୋବାଇଲ ନମ୍ବର ଦେବେ ।
  • ୩- ଏହାପରେ ତଳେ ଦିଆଯାଇଥିବା କ୍ୟାପଚା କୋଡ ଭରନ୍ତୁ ଓ ଓଟିପି ପ୍ରାପ୍ତ କରି ବିକଳ୍ପ ଉପରେ କ୍ଲିକ କରନ୍ତୁ ।
  • ୪- ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଆସିବା ପରେ ତାହାକୁ ଦାଖଲ କରନ୍ତୁ ।
  • ୫- ଏହାପରେ ଆପଣଙ୍କର ରେଜିଷ୍ଟ୍ରସନ ସରିଯିବ ଓ ପୁଣି ହୋମପେଜକୁ ଯାଆନ୍ତୁ ।
  • ୬- ଲଗିନ୍ ପାଇଁ ଆପଣ 'ଜମାକାରୀ ଲଗିନ' ଅପ୍ସନକୁ ସିଲେକ୍ଟ କରନ୍ତୁ ।
  • ୭- ସେଠାରେ ନିଜର ଆଧାର ନମ୍ବରର ଶେଷ ୪ଟି ଅଙ୍କକୁ ଦାଖଲ କରି ନିଜର ମୋବାଇଲ ନମ୍ବର ଦାଖଲ କରନ୍ତୁ ।
  • ୮- ପୁଣି କ୍ୟାପଚା କୋଡ ଭରି ଓଟିପି ପ୍ରାପ୍ତ କରି ବିକଳ୍ପ ବାଛନ୍ତୁ । ଏବେ ମୋବାଇଲକୁ ଆସିଥିବା ଓଟିପି ଭରନ୍ତୁ ।
  • ୯- ନୂଆ ପେଜ ଖୋଲିବା ପରେ ସେଠାରେ ନିୟମାବଳୀକୁ ଭଲରେ ପଢ଼ିବା ପରେ 'ମୁଁ ରାଜି ଅଛି' ଉପରେ କ୍ଲିକ କରନ୍ତୁ ।
  • ୧୦- ଏହାପରେ ନିଜର ବ୍ୟାଙ୍କର ନାମ ଓ ଜନ୍ମ ତାରିଖ ଦେଖାଯିବ । ଏହାପରେ ଡିପୋଜିଟ ସାର୍ଟିଫିକେଟ ଫର୍ମକୁ ଯାଇ କ୍ଲେମ ରିକୁଏଣ୍ଟ ଫର୍ମ ଭରିବାକୁ ପଡ଼ିବ ।
  • ୧୧- କୋ-ଅପରେଟିଭ୍ ସୋସାଇଟି ନାମ, ସଦସ୍ୟତା ନମ୍ବର ଓ ଜମା ରାଶି ପୂରଣ କରନ୍ତୁ ।
  • ୧୨- ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟ ଭେରିଫାଏ ହେବା ପରେ ପୋର୍ଟାଲରୁ କ୍ଲେମ ଲେଟର ଡାଉନଲୋଡ୍ କରନ୍ତୁ ।
  • ୧୩- ନିଜର ପାସପୋର୍ଟ ଫଟୋ ସେଥିରେ ଲଗାଇ ସାଇନ୍ କରନ୍ତୁ । ପୁଣି ଏହାକୁ ସ୍କାନ କରି ଅପଲୋଡ୍ କରନ୍ତୁ ।
  • ୧୪- ଅପଲୋଡ୍ ହେବା ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ କନଫର୍ମେସନ ମେସେଜ ଆସିବ ।
  • ୧୫- କନଫର୍ମେସନ ମେସେଜ ଆସିବାର ୪୫ ଦିନ ଭିତରେ ଆପଣଙ୍କ ଖାତାକୁ ରିଫଣ୍ଡ ରାଶି ଟ୍ରାନ୍ସଫର ହୋଇଯିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+