Get Updates
Get notified of breaking news, exclusive insights, and must-see stories!

Subrata Ray Death: ସାହାରା ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ

Subrata Ray Passes Away: ଦୀର୍ଘ ଦିନର ଅସୁସ୍ଥତା ପରେ ସାହାରା ଇଣ୍ଡିଆ ଗ୍ରୁପ୍ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ 75 ବର୍ଷ ବୟସରେ ଦେହାନ୍ତ ହୋଇଛି । କୁହାଯାଉଛି ଯେ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ 12 ନଭେମ୍ବର 2023ରେ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (KDAH) ରେ ଭର୍ତ୍ତି କରାଯାଇଥିଲା।

 Subrata Ray Passes Away

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମେଟାଷ୍ଟାସିସ୍, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଜନିତ ସମସ୍ୟା ସହିତ ଦୀର୍ଘ ଦିନର ଯୁଦ୍ଧ ପରେ 14 ନଭେମ୍ବର 2023 ରାତି 10:30 ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ଦିନ ତାଙ୍କର ମୃତଦେହ ଲକ୍ଷ୍ନୌକୁ ଅଣାଯିବାର ସମ୍ଭାବନା ରହିଛି । ଯେଉଁଠି ତାଙ୍କର ଶେଷ ରୀତିନୀତି ସମ୍ପନ୍ନ କରାଯିବ ।

ସାହାରା ଇଣ୍ଡିଆ ଗ୍ରୁପ୍ ଏକ ବିବୃତ୍ତିରେ ଜାରି କରି ସୂଚନା ଦେଇଛି ଯେ, ସାହାରାଶ୍ରୀ ଜୀ ଜଣେ ପ୍ରେରଣାଦାୟକ ନେତା ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିବା ସମସ୍ତଙ୍କ ପାଇଁ ସାହାରାଶ୍ରୀ ଜୀ ଏକ ମାର୍ଗଦର୍ଶକ, ମାର୍ଗଦର୍ଶକ ଏବଂ ପ୍ରେରଣା ଉତ୍ସ ଥିଲେ ।

ସୂଚନାଥାଉ ଯେ, ସୁବ୍ରତ ରାୟ 10 ଜୁନ୍ 1948ରେ ବିହାରର ଆରାରିଆରେ ଜନ୍ମଗ୍ରହଣର କରିଥିଲେ । ଗୋରଖପୁରରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢିବା ପରେ ସେ ବ୍ୟବସାୟ ଆରମ୍ଭ କରିଥିଲେ । 1992ପେ ସାହାରା ଗ୍ରୁପ୍ ରାଷ୍ଟ୍ରୀୟ ସାହାରା ନାମକ ଏକ ଖବରକାଗଜ ପ୍ରକାଶ କରିଥିଲା ଏହା ସହ କମ୍ପାନୀ ସାହାରା ଟିଭି ନାମକ ଏକ ଚ୍ୟାନେଲ୍ ମଧ୍ୟ ଆରମ୍ଭ କରିଥିଲା । ସାହାରା ଇଣ୍ତିଆ ଗ୍ରୁପ୍ ମିଡିଆ, ରିଏଲ ଇଷ୍ଟେଟ୍, ଫାଇନାନ୍ସ ସହ ଅନେକ କ୍ଷେତ୍ର ସହ ଯୋଡି ହୋଇଥିଲେ ।

ବଦାନ୍ୟତା ଗୁଣ ପାଇଁ ତାଙ୍କୁ ଦେଶ ବିଦେଶରେ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ 'ସାହାରାଶ୍ରୀ'ବୋଲି ସମ୍ବୋଧନ କରୁଥିଲା । ସେ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ପବିବର୍ତ୍ତେ ମ୍ୟାନେଜିଂ ୱାର୍କର ଭାବେ ପରିଚୟ ଦେବାକୁ ପସନ୍ଦ କରୁଥିଲେ ।

ହେଲେ ପ୍ରାୟତଃ ସେ ବିବାଦରେ ରହି ଆସୁଥିଲେ । ସାହାରା ଜମାକାରୀଙ୍କ ଟଙ୍କା ମାଚ୍ୟୁରିଟି ପରେ ମଧ୍ୟ ନ ଫେରାଇ ସେ ବିବାଦରେ ରହିଥିଲେ । ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ 2014 ଫେବୃଆରୀ 26ରେ ତାଙ୍କୁ ଗିରଫ କରାଯାଇଥିଲା । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+