Sagar Dhankar murder case:କୁସ୍ତିଯୋଦ୍ଧା ସୁଶୀଲଙ୍କୁ ମିଳିଲା ଜାମିନ
ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ହାଇକୋର୍ଟ ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ୨୦୨୧ ମଇରେ ହତ୍ୟା ମାମଲାରେ ଗିରଫ କରାଯାଇଥିଲା ।
ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ଦେଇ କହିଥିଲେ କି, ୭ ଦିନର ଜାମିନ ଅବଧିରେ ତାଙ୍କ ସହିତ ଦୁଇଜଣ ସୁରକ୍ଷାକର୍ମୀ ୨୪ ଘଣ୍ଟା ରହିବେ । ଏହି ଜାମିନ ୨୩ ଜୁଲାଇରୁ ୩୦ ଜୁଲାଇ ପର୍ଯ୍ୟନ୍ତ ମିଳିଥିଲା । ଏଥିପାଇଁ ୧ ଲକ୍ଷ ଟଙ୍କାର ନିଜ ମୁଚଲିକା ଦେବାକୁ ପଡିଥିଲା । ଏହି ସମୟରେ ସୁଶୀଲ ସାକ୍ଷୀଙ୍କୁ ନ ଧମକାଇବା ଏବଂ ପ୍ରମାଣ ନଷ୍ଟ ନ କରିବା ପାଇଁ କହିଥିଲେ ।

୨୦୨୧ରେ ମଇ ୪ ତାରିଖରେ ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ଖେଳ ଆୟୋଜନ କରିଥିଲେ । ଏହି ସମୟରେ ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ଉପରେ କୌଣସି କାରଣରୁ ସୁଶୀଲ କୁମାର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାଗରଙ୍କ ଜୀବନ ଚାଲିଯାଇଥିଲା । ଏହି ହତ୍ୟା ଘଟଣାରେ ସୁଶୀଲ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାଗରଙ୍କୁ ହତ୍ୟା କରିବାରେ ସୁଶୀଲଙ୍କ ବ୍ୟତୀତଙ୍କ ତାଙ୍କ ସାଙ୍ଗ ସୋନୁ ଏବଂ ଅନ୍ୟ ୩ ଜଣଙ୍କ ହାତ ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଥିଲା।
ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମ ଅଖାଡାରୁ ମାତ୍ର ୧୪ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।












Click it and Unblock the Notifications