ଇଚ୍ଛା ଅନୁସାରେ ମହିଳାଙ୍କୁ ପୋଷାକ ପିନ୍ଧିବା ପାଇଁ ଦିଆଯାଉ: ସଦଗୁରୁ

ଧର୍ମ ହିସାବରେ ପୋଷାକ ପିନ୍ଧିବା ଠିକ ନୁହେଁ । ଇଚ୍ଛା ଅନୁସାରେ ମହିଳାଙ୍କୁ ପୋଷାକ ପିନ୍ଧିବା ପାଇଁ ଦିଆଯାଉ ବୋଲି କହିଲେ ସଦଗୁରୁ।

ନୂଆଦିଲ୍ଲୀ: ମହିଳାଙ୍କ ପୋଷାକ ନେଇ କେହି ସ୍ଥିର କରିବା ଉଚିତ ନୁହେଁ । ନା ଏହା ଧର୍ମିକ ଆଧାରରେ ହେବା ଉଚିତ । ମହିଳା ନିଜେ ହିଁ ସ୍ଥିର କରିବା ଠିକ ସେମାନେ କେଉଁ ପରି ପୋଷାକ ପିନ୍ଧିବାକୁ ଚାହାନ୍ତି। ଏଭଳି ଟ୍ବିଟ କରିଛନ୍ତି ଇଶା ଫାଉଣ୍ଡେସନର ସଂସ୍ଥାପକ ଜାଗି ବାସୁଦେବ ସଦଗୁରୁ। ସେ କହିଛନ୍ତି, କାହାକୁ ବି ନିଜର ପୋଷାକ ପିନ୍ଧିବା ନେଇ ଦଣ୍ଡିତ କରିବା ସଂସ୍କୃତି ଶେଷ କରାଯାଉ, ସେ ଧାର୍ମ ସହିତ ଶଂଶ୍ଲିଷ୍ଟ ହେଉ ବା ଆଉ କିଛି ହେଉ । ସେ ନିଜର ଟୁଇଟ୍‌ରେ ଇରାନ, ହିଜାବ, ମହସା ଅମିନିକୁ ଯୋଡିଛନ୍ତି।

sadhguru

ନିକଟରେ ଇରାନରେ ହିଜାବ ମାମଲାକୁ ନେଇ ଚାଲିଛି ଚର୍ଚ୍ଚା । ଜଣେ 22 ବର୍ଷୀୟ ଛାତ୍ରୀ ମହସା ଅମିନିଙ୍କ ମୃତ୍ୟୁ ପ୍ରତିବାଦରେ ଖୁବ୍ ବିରୋଧ ପ୍ରଦର୍ଶନ ଚାଲିଛି। ହିଜାବ ନ ପିନ୍ଧିବା କାରଣରୁ ଅମିନି ପୋଲିସ ବର୍ବରତାର ଶିକାର ହୋଇଛନ୍ତି। ଇରାନରେ ମହିଳାମାନେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ରହିଛି। ହେଲେ ଅମିନି ଏହାକୁ ପରିଧାନ କରିନଥିଲେ । ଫଳରେ ପ୍ରାଣ ହରାଇଲେ । ତାଙ୍କର ମୃତ୍ୟୁ ପରେ ଇରାନରେ ବିକ୍ଷୋଭ ପ୍ରଦର୍ଶନ ବଢି ଚାଲିଛି। ଅନେେକ ମହିଳା ହିଜାବକୁ ଜାଳିଦେଉଥିବା ଦେଖିବାକୁ ମିଳିଛି।

ଇରାନ ନ୍ୟୁଜ୍ ଏଜେନ୍ସି ଅନୁସାରେ, ମହସା ଅମିନି ପରିବାର ସହିତ ପଶ୍ଚିମ ପ୍ରାନ୍ତ କୁସ୍ତିସ୍ତାନର ରାଜଧାନୀ ତେହରାନ ବୁଲି ଯାଇଥିଲେ। ସେହି ସମୟରେ ହିଜାବ ପିନ୍ଧି ନଥିବା ସହିତ ଇରାନରେ ମହିଳାଙ୍କ ଡ୍ରେସ୍ କୋଡ୍‌ ନିୟମକୁ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ସେଠାରେ ଅମିନିଙ୍କୁ ପୋଲିସ ଅଟକ ରଖିଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+