ଆସିଲା ଦୁଃଖଦାୟକ ଖବର, ପଥର ତଳେ ପୋତି ହୋଇ ୭ ଶ୍ରମିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଗୁଜରାତର ମେହସାନାରେ ପଥର ତଳେ ପୋତି ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଛି ପୋତି ହୋଇଥିବା ଶ୍ରମିକଙ୍କୁ ସ୍ଥାନାନ୍ତର କରିବା କାମ ଚାଲିଛି। ଜସଲପୁର ନିକଟସ୍ଥ ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କମ୍ପାନୀରେ କାନ୍ଥ ନିର୍ମାଣ କରୁଥିବା ବେଳେ ଏକ ପଥର ଖସି ପଡ଼ିଥିଲା, ଯାହା ତଳେ ଶ୍ରମିକମାନେ ପୋତି ହୋଇଯାଇଥିଲେ।

ଭୁଶୁଡ଼ିଥିବା କାନ୍ଥତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୫ଟିରୁ ଅଧିକ ଆମ୍ବୁଲାନ୍ସ ଓ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।
ସ୍ଥାନୀୟ ପୁଲିସ ଷ୍ଟେସନର ଇନ୍ସପେକ୍ଟର ପ୍ରହଲ୍ଲାଦ ସିଂ ବାଘେଲା କହିଛନ୍ତି ଯେ ଏକ ଭୂମିତଳ ଟାଙ୍କି ପାଇଁ ଏହି ଗାତ ଖୋଳାଯାଉଥିଲା । ତେବେ ଖୋଳାଯିବା ବେଳେ ମାଟି ଧସିହୋଇଯାଇଥିଲା ଓ ତାତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ । ଆହୁରି ଅନେକ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।












Click it and Unblock the Notifications