ସଚିନଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଆତ୍ମହତ୍ୟା
Sachin Tendulkar's Security Gurd Shoots Self To Death: ସଚିନ ତେନ୍ଦୁଲକରଙ୍କ ଏବଂ ଅନେକ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ଥିବା ଏସଆରଫିଏଫ୍ ଯବାନ ପ୍ରକାଶ କାପଡେଙ୍କ ଆତ୍ମହତ୍ୟା । ସେ ନିଜ ବେକରେ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ସେ ମହାରାଷ୍ଟ୍ରର ଜଲଗାଁଓ ଜାମନେର ସହରର ବାସିନ୍ଦା । ପ୍ରାଥମିତ ତଦନ୍ତ ଅନୁସାରେ ସେ, କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।
ବରିଷ୍ଠ ଇନ୍ସପେକ୍ଟର କିରଣ ସିନ୍ଦେଙ୍କ ସୂଚନା ଅନୁସାରେ, ତାଙ୍କ ବେକରେ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି । ଜାମନରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରାତି ପ୍ରାୟ ୧.୩୦ ବେଳକୁ ଏହି ଘଟଣା ଘଟିଛି । ଏହି ସମୟରେ ଘରେ ବାପା, ମା, ସ୍ତ୍ରୀ, ଦୁଇ ଛୁଆଁ ଏବଂ ଭାଇ ଥିଲେ । ତେବେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ସେହିପରି ମୃତ ଦେବ ଉଦ୍ଧାର କରାଯାଇ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ଏବଂ ଘର ଲୋକଙ୍କୁ ପଚରାଉଚରା କରାଯାଉଛି । ସେହିପରି ଏସଆରପିଏଫ୍ ମଧ୍ୟ ଘଟଣାର ତଦନ୍ତ କରିବା ବୋଲି ସୂଚନା ରହିଛି ।












Click it and Unblock the Notifications