ରାଷ୍ଟ୍ରପତିଙ୍କୁ ଭେଟିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଖାକରିଛନ୍ତି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର । ରାଷ୍ଟ୍ରପତି ଭବନକୁ ଯାଇ ସେ ମହାମହିମଙ୍କ ସହ ଆଲୋଚନା କରିଛନ୍ତି । ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ ରାଷ୍ଟ୍ରପତି ଭବନକୁ ଯାଇଥିଲେ ।

tendulkar meet president

ଏହି ସାକ୍ଷାତ ସମୟରେ ତେନ୍ଦୁଲକର ରାଷ୍ଟ୍ରପତିଙ୍କୁ ତାଙ୍କ ଅଟୋଗ୍ରାଫ ଥିବା ଟେଷ୍ଟ ମ୍ୟାଚ୍ ଜର୍ସି ଉପହାର ଦେଇଛନ୍ତି ।ଏହା ପରେ ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଲି ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକରଙ୍କ ସହ ଫଟୋ ଉଠାଇଥିଲେ। ବର୍ତ୍ତମାନ ସଚିନ ତେନ୍ଦୁଲକର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅଞ୍ଜଳି ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+