Operation Sindoor:ଭାରତରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ;ସଚିନ ତେନ୍ଦୁଲକର
ଭାରତ ମଇ ୭ ତାରିଖ ମଧ୍ୟ ରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ ଜାମ୍ମୁ ଓ କଶ୍ମୀରରେ ଏୟାର ଷ୍ଟ୍ରାଇକ କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଯାଇ ଭାରତ ୯୦ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଅନୁମାନ କରାଯାଉଛି । ଏହି ପ୍ରତିଶୋଧ ପରେ ବିଭିନ୍ନ ମହଲରେ ଭାରତୀୟ ସେନାକୁ ଭୁରିଭୁରି ପ୍ରଶଂସା କରାଯାଉଛି।

'ଅପରେଶନ୍ ସିନ୍ଦୁର' ନାଁରେ କରାଯାଇଥିବା ଏହି ଅପରେଶନକୁ ନେଇ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ରିଆକ୍ଟ କରିଛନ୍ତି । ସଚିନ ପୋଷ୍ଟ ସେୟାର କରି ଭାରତୀୟ ସେନା ଉପରେ ଗର୍ବ କରିଛନ୍ତି । କ୍ରିକେଟର ଭଗବନାଙ୍କ ନାଁରେ ପରିଚିତ ସଚିନ ତେନ୍ଦୁଲକର ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି କି, ଏକତାରେ ନିର୍ଭୟତା ଅଛି... ଶକ୍ତିରେ ଅସୀମତା ଅଛି । ଭାରତର ଢାଲ ହେଉଛନ୍ତି ଏହାର ଲୋକମାନେ। ଏହି ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ଆମେ ଏକ ଦଳ। ଏହି ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications