ସରିଛି ସଚିନ୍ ପାଇଲଟଙ୍କ ଡିଭୋର୍ସ, ନାମାଙ୍କନ ଦାଖଲ ବେଳେ ହେଲା ଖୁଲାସା
Sachin Pilot Divorce: କଂଗ୍ରେସ ନେତା ସଚିନ ପାଇଲଟ ଓ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି । ନାମାଙ୍କନ ଦାଖଲ ବେଳେ ଏହାର ଖୁଲାସା ହୋଇଛି । ସାରା ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ । ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲା 2004 ରେ ବିବାହ କରିଥିଲେ।
25 ନଭେମ୍ବରରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା 30 ଅକ୍ଟୋବରରେ ଆରମ୍ଭ ହୋଇଥିଲା । ଯେତେବେଳେ ସଚିନ ପାଇଲଟ ମଙ୍ଗଳବାର ଟନ୍କ ବିଧାନସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ସେତେବେଳେ ପ୍ରକାଶ ପାଇଥିଲା ଯେ, ଉଭୟଙ୍କ ମଧ୍ୟ ଛାଡପତ୍ର ହୋଇସାରିଛି ।

ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲାଙ୍କର ଦୁଇ ପୁଅ ଅଛନ୍ତି, ଆରାନ୍ ପାଇଲଟ୍ ଏବଂ ଭିହାନ୍ ପାଇଲଟ୍ । ଏହି ପ୍ରମାଣପତ୍ରରେ ସଚିନ ପାଇଲଟ ତାଙ୍କ ପୁଅମାନଙ୍କୁ ନିର୍ଭରଶୀଳ ବୋଲି ବର୍ଣ୍ଣନା କରିଛନ୍ତି। 2018 ରେ ହୋଇଥିବା ନିର୍ବାଚନ ଆଫିଡେଭିଟ୍ ରେ ସଚିନ୍ ପାଇଲଟ୍ ସାରା ଅବଦୁଲ୍ଲାଙ୍କ ସମ୍ପତ୍ତିର ବିବରଣୀ ମଧ୍ୟ ଦେଇଥିଲେ, କିନ୍ତୁ ଏଥର ତାଙ୍କ ସମ୍ପତ୍ତିର ବିବରଣୀ ଏଫିଡେଭିଟ୍ରେ ନାହିଁ।
ଆମେରିକାରେ ପଢିବା ସମୟରେ ସାରା ଅବଦୁଲ୍ଲା ଏବଂ ସଚିନ୍ ପାଇଲଟଙ୍କ ମଧ୍ୟରେ ଦେଖା ହୋଇଥିଲା । ସଚିନ ପାଇଲଟ ଆମେରିକାର ପେନସିଲଭାନିଆ ୟୁନିଭରସିଟିର ହାର୍ଟନ ସ୍କୁଲରୁ ଏମବିଏ କରିବା ସମୟରେ ତାଙ୍କ ଦେଖା ସାରାଙ୍କ ସହ ହୋଇଥିଲା । ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସଚିନ୍ ଏମବିଏ ପଢିବା ପରେ ଦିଲ୍ଲୀ ଆସିଥିଲେ କିନ୍ତୁ ସାରା ତାଙ୍କ ଅଧ୍ୟୟନ ପାଇଁ ଆମେରିକାରେ ରହିଥିଲେ। ତା'ପରେ ଦୁହେଁ ଇ-ମେଲ ଏବଂ ଫୋନ୍ ମାଧ୍ୟମରେ କଥା ହେଉଥିବା ନେଇ ସୂଚନା ରହିଛି ।
ପ୍ରାୟ ତିନି ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ନିଜ ସମ୍ପର୍କ ବିଷୟରେ ନିଜ ପରିବାରକୁ କହିଥିଲେ। ହେଲେ ଉଭୟଙ୍କ ବିବାହ ପାଇଁ ପ୍ରଥମେ ପରିବାର ଲୋକେ ପ୍ରସ୍ତୁତ ନଥିଲେ । ହେଲେ ପରବର୍ତ୍ତି ସମୟରେ ଉଭୟଙ୍କ ପରିବାର ରାଜି ହୋଇଥିଲେ ଶେଷରେ ଦୁହେଁ 2004 ରେ ବିବାହ କରିଥିଲେ। ସାରାଙ୍କ ପରିବାର ଏହି ବିବାହ ଉତ୍ସବରେ ଯୋଗ ଦେଇନଥିଲେ ସତ ହେଲେ ଧୀରେ ଧୀରେ ଅବଦୁଲ୍ଲା ପରିବାର ମଧ୍ୟ ସଚିନ ଏବଂ ସାରାଙ୍କ ସମ୍ପର୍କକୁ ଗ୍ରହଣ କରିନେଇଥିଲେ ।












Click it and Unblock the Notifications