ଅମ୍ବାନୀ ପରିବାରକୁ ଲାଗିଲା ଝଟକା: ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ ହେଲେ ଅନିଲ ଅମ୍ବାନୀ
ADAG Group Stocks: ଅମ୍ବାନୀ ପରିବାରକୁ ଲାଗିଲା ଝଟକା । ଷ୍ଟକ ମାର୍କେଟ୍ ରେଗୁଲେଟର SEBIର ADAD ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରାଯାଇଛି । ଏହାସହ ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ୍ ର ତାଲିକାଭୁକ୍ତ ଷ୍ଟକ୍ ଦିନିକିଆରୁ ଷ୍ଟକ୍ ମାର୍କେଟରେ ୧୭ ପ୍ରତିଶତ ହ୍ରାସ ପାଇଛି ।

ତେବେ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା ଉପରେ ମଧ୍ୟ ଏହି ବ୍ୟାନ୍ ଲଗାଯାଇଛି । ଏହି ଲିଷ୍ଟରେ ରିଲାଏନ୍ସ ହୋମ ଫାଇନାନ୍ସର ପୂର୍ବତନ ଅଧିକାରୀ ମଧ୍ୟ ଅଛନ୍ତି । ତେବେ ଏହି ବ୍ୟାନ ପରେ ଅନିସ ଅମ୍ବାନୀ ଆସନ୍ତା ୫ ବର୍ଷ ପାଇଁ କୌଣସି ଲିଷ୍ଟେଡ୍ କମ୍ପାନୀର ନିର୍ଦ୍ଦେଶକ କିମ୍ବା ଅନ୍ୟ କୌଣସି ମୁଖ୍ୟ ପଦବୀରେ ରହି ପାରିବେ ନାହିଁ ।
ସେହିପରି ସେବି ମଧ୍ୟ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡକୁ ୬ ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରି ଦେବା ସହ ୬ ଲକ୍ଷ ଟଙ୍କା ଜରିମାଲା ପକାଇଛି । ରିଲାଏନ୍ସ ହୋମ ଫାଇନାନ୍ସ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଠକେଇ କରିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ପ୍ରତିବନ୍ଧକ ଲଗାଇଛି ସେବି ।
SEBI ଅନିଲ ଅମ୍ବାନୀ ଏବଂ ରିଲାଏନ୍ସ ହୋମ ଫାଇନାନ୍ସର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ସମେତ ଅନ୍ୟ 24 ଜଣଙ୍କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ସିକ୍ୟୁରିଟି ବଜାରରେ ଭାଗ ନେବାକୁ ବାରଣ କରିଛି। କମ୍ପାନୀ ପାଣ୍ଠିର ଅପବ୍ୟବହାର ହେତୁ ଏହି ପଦକ୍ଷେପ ନିଆଯାଇଛି। ସେବି ଅନିଲ ଅମ୍ବାନୀଙ୍କ ଉପରେ 25 କୋଟି ଟଙ୍କା ଜୋରିମାନା ମଧ୍ୟ ଲଗାଇଛ ।
୨୦୧୮-୧୯ ବର୍ଷରେ ରିଲାଏନ୍ସ ହୋମ ଫାଇନାନ୍ସର ପାଣ୍ଠି ବିନିଯୋଗ ସମ୍ବନ୍ଧରେ ଅନେକ ଅଭିଯୋଗ ପାଇବା ପରେ, SEBI ଏହାର ଅନୁସନ୍ଧାନ କରିଥିଲା ଏବଂ ଯାହା ପରେ ସ୍ପଷ୍ଟ ହୋଇଥିଲା ଯେ ଅନିଲ ଅମ୍ବାନୀ ଏହି ଠକେଇ ଯୋଜନାର ମାଷ୍ଟରମାଇଣ୍ଡ ଅଟନ୍ତି ଯେଉଁଥିପାଇଁ ଅଂଶୀଦାରମାନଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା ।












Click it and Unblock the Notifications