ଆଇଆଇଟି-ମାଡ୍ରାସର ୬୧ ତମ ସମ୍ମିଳନୀରେ ପିଏଚଡି ଡିଗ୍ରୀ ହାସଲ କଲେ ଏସ୍‌ ସୋମନାଥ

ଗତ ବର୍ଷ ଅଗଷ୍ଟ ୨୩ରେ ଐତିହାସିକ ଚନ୍ଦ୍ରଯାନ-୩ ମିଶନରେ ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠକୁ ଛୁଇଁଲା ସେତେବେଳେ ସେ ବେଶ ଉଲ୍ଲସିତ ହୋଇ ଉଠିଥିଲେ। କିନ୍ତୁ ଏବେ ତାଙ୍କ ଖୁସି ଦୁଇ ଗୁଣିତ ହୋଇ ଯାଇଛି।

S Somnath

କାରଣ ସେ ଆଜି ଆଇଆଇଟି-ମାଡ୍ରାସର ୬୧ ତମ ସମ୍ମିଳନୀରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଏଠାରେ ଆମେ ଏରୋସ୍ପେସ୍ ଇଞ୍ଜିନିୟର ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌ ସୋମନାଥଙ୍କ କଥା କହୁଛୁ। ବର୍ତ୍ତମାନ ସେ ଡକ୍ଟର ସୋମନାଥ ହୋଇଯାଇଛନ୍ତି।

ଇସ୍ରୋର ମୁଖ୍ୟ ଯିଏ ଭାରତର ମିଶନକୁ ଚନ୍ଦ୍ରକୁ ନେଇ ଯାଇଥିଲେ ବର୍ତ୍ତମାନ ସେ ଡକ୍ଟରେଟ ପାଇବା ପରେ ପୂରା ଖୁସି ହୋଇଯାଇଛନ୍ତି।

ଭାରତର ଓଜନିଆ ଲଞ୍ଚର ପୁରୋଧା କୁହାଯାଉଥିବା ଡ. ସୋମନାଥ ଅନେକ ସମ୍ମାନସ୍ପଦ ପିଏଚ୍‌ଡି ଡିଗ୍ରୀ ପାଇଛନ୍ତି। କିନ୍ତୁ ରିସର୍ଚ୍ଚ ମାଧ୍ୟମରେ ପିଏଚ୍‌ଡି ପାଇବା ଓ ତା' ପୁଣି ଆଇଆଇଟି ଭଳି ସଂସ୍ଥାରୁ, ତା'ର ଖୁସି କିଛି ଭିନ୍ନ।

ଡକ୍ଟରେଟ ସମ୍ମାନ ପାଇବା ପରେ ଡ. ସୋମନାଥ କହିଛନ୍ତି, "ଆଇଆଇଟି ମାଡ୍ରାସ ଭଳି ବଡ଼ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରିବା ଅତ୍ୟନ୍ତ ସମ୍ମାନର ବିଷୟ। ମୁଁ ଗୋଟିଏ ଗାଁର ପିଲା। ଅବଶ୍ୟ ମୁଁ ଟପ୍ପର ହୋଇଥିଲି। କିନ୍ତୁ ଆଇଆଇଟିର ପ୍ରବେଶ ପରୀକ୍ଷା ଦେବାର ସାହାସ ମୋ ପାଖରେ ନଥିଲା। ତଥାପି ମୋର ଗୋଟିଏ ସ୍ୱପ୍ନ ଥିଲା ଯେ ଗୋଟିଏ ଦିନ ମୁଁ ଏଠାରୁ ଗ୍ରାଜ୍ୟୁଏଟ ହେବି।

ମୁଁ ମୋର ମାଷ୍ଟର ଡିଗ୍ରୀ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ହାସଲ କରିଥିଲି। ଏବେ ଆଇଆଇଟି ମାଡ୍ରାସ ପକ୍ଷରୁ ମୋତେ ପିଏଚଡି ସମ୍ମାନ ମିଳିଛି। ଗୋଟିଏ ଗାଁ ପିଲାର ସ୍ୱପ୍ନ ଆଜି ପୂରା ହୋଇଛି

ପିଏଚ୍‌ଡି ସବୁବେଳେ କଷ୍ଟକର ବ୍ୟାପାର। ବିଶେଷ କରି ଆଇଆଇଟି ମାଡ୍ରାସ ଭଳି ସଂସ୍ଥାରୁ ପିଏଚଡି ହାସଲ କରିବା ଆହୁରି କଷ୍ଟକର। ଏହା ଏକ ଲମ୍ବା ଯାତ୍ରା ଥିଲା। ମୁଁ ଅନେକ ବର୍ଷ ତଳେ ପଞ୍ଜୀକରଣ କରିଥିଲି। କିନ୍ତୁ ରିସର୍ଚ୍ଚ ବିଷୟ ସବୁବେଳେ ମୋତେ ଭଲ ଲାଗେ। ଏହା ଭାଇବ୍ରେସନ ଆଇସୋଲେଟର୍ସ ସହ ଜଡ଼ିତ।

୧୦ ବର୍ଷ ତଳେ ଜଣେ ଇଞ୍ଜିନିୟର ଭାବେ ଇସ୍ରୋର ଗୋଟିଏ ପ୍ରୋଜେକ୍ଟରେ ମୁଁ ଏହା ଆରମ୍ଭ କରିଥିଲି। ଏହି ବିଷୟ ମୋ ମୁଣ୍ଡରେ ଜୀବନ୍ତ ହୋଇ ରହିଥିଲା। ମୁଁ ଅନେକ ବର୍ଷ ଧରି ଏହା ଉପରେ କାମ କରିଛି। ଏହି ପିଏଚଡି ରେଜଲ୍ଟ ମୋର ୩୫ ବର୍ଷର ପରିଶ୍ରମ। ଆପଣମାନେ ଶେଷ ପର୍ଯ୍ୟାୟରେ ସବୁ କିଛି ଦେଖିଥିବେ। କିନ୍ତୁ ଏହା ଏକ ଲମ୍ବା ଯାତ୍ରା ଥିଲା।"

ଡ ସୋମନାଥ କେରଳର ଅଲ୍ଲପୁଝାର ଆରୋରରେ ଥିବା ସେଣ୍ଟ ଅଗଷ୍ଟାଇନ ହାଇସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ଏର୍ଣ୍ଣାକୁଲମରେ ଥିବା ମହାରାଜ କଲେଜକୁ ଆସିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+