ଇରାନ୍ ଦୂତାବାସ ପରିଦର୍ଶନ କରିଲେ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅବ୍ଦୋଲାହିଆନଙ୍କ ଦୁଃଖଦ ବିୟୋଗରେ ଭାରତ ପକ୍ଷରୁ ଗଭୀର ସମବେଦନା ଜଣାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସ ପରିଦର୍ଶନ କରିଛନ୍ତି ।
ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡ. ଜୟଶଙ୍କର କହିଛନ୍ତି, ଭାରତ-ଇରାନ ସମ୍ପର୍କର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଭାରତର ବନ୍ଧୁ ଭାବରେ ସେମାନେ ସର୍ବଦା ସ୍ମରଣୀୟ ରହିବେ । ଦୁଇ ଦିନ ତଳେ ଇରାନ-ଆଜରବୈଜାନ ସୀମାରେ ହେଲିକପଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଥିଲା ।

ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା । ତେବେ ଦୁଇ ଦିନ ପରେ ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଥିଲା । ଇରାନରେ ତାଙ୍କ ପାଇଁ ୫ ଦିନର ଶୋକ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଭାରତ ମଧ୍ୟ ରାଷ୍ଟ୍ରପତି ଇବ୍ରାହିମଙ୍କ ଦୁଃଖଦ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବା ସହିତ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲା ।
ଇରାନ୍ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀ ଉପରାଷ୍ଟ୍ରପତି ମହମ୍ମଦ ମୋଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି । ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ।












Click it and Unblock the Notifications