ଆଜିଠାରୁ ଆମେରିକାକୁ ୩ ଦିନିଆ ଗସ୍ତରେ ଯିବେ ଏସ୍.ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର ଆଜିଠାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ୩ ଦିନିଆ ଗସ୍ତରେ ଯିବେ । ସେଠାକାର ସଚିବ ମାର୍କୋ ରୁବିଓଙ୍କ ଆହ୍ୱାନରେ ହେବାକୁ ଥିବା ଖଣିଜ ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଶ୍ରୀ ଜୟଶଙ୍କର ଏହି ଗସ୍ତ କରୁଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ଏହି ମନ୍ତ୍ରୀସ୍ତରୀୟ ବୈଠକରେ ଖଣିଜ ସମ୍ପଦ ବିନିଯୋଗରେ
ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ସ୍ୱଚ୍ଛ ଶକ୍ତି ଚଳନ ଏବଂ ରଣନୈତିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା କରାଯିବ । ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।












Click it and Unblock the Notifications