Iran Israel Attack:ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନେଇ ବୈଦେଶିକ ମନ୍ତ୍ରୀ କହିଦେଲେ କିଛି ଏମିତି.....
ନୂଆଦିଲ୍ଲୀ : ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ଘନ ଘନ ମିସାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ ହୋଇଛି। ହେଜବୁଲ୍ଲା ମୁଖ୍ୟ ହସରତ୍ ନସ୍ରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍।
ଗତକାଲି ରାତିରେ ଜୋରଦାର ମିସାଇଲ୍ ମାଡ଼ ହୋଇଛି। ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି। ଲୋକଙ୍କ ଘରେ, ଛାତରେ ଏପରିକି ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା ହୋଇଛି। ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି।

ଇରାନର ରକେଟ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶବ୍ୟାପୀ ସାଧାରଣ ନାଗରିଙ୍କ ପାଇଁ ଆଲର୍ଟ ଜାରି କରିଛି ଇସ୍ରାଲଲ୍। ଖାଲି ସେତିକି ନୁହେଁ ଇସ୍ରାଏଲ୍ର ବ୍ୟସ୍ତବହୁଳ ତେଲ ଅବିବ୍ ସହରରେ କିଛି ଆତତାୟୀ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି। ଆଉ ଏପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି,
''ପୂର୍ବରୁ ବିବାଦକୁ ନେଇ ଭାରତ ଚିନ୍ତିତ ଥିବାବେଳେ ଏବେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ପୂର୍ଣ୍ଣ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି। ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ବି ଦେଶ ଅନ୍ତର୍ଜାତୀୟ ମାନବିକ ନିୟମ ପାଳନ କରିବା ସହ ସାଧାରଣ ନାଗରିକଙ୍କ କ୍ଷତି ନକରିବା ଆବଶ୍ୟକ। କେବଳ ଲେବାନନରେ ଘଟିଥିବା ଘଟଣାକୁ ନେଇ ଚିନ୍ତିତ ନାହୁଁ। ବରଂ ହୁତି, ରେଡ୍ ସି ଏବଂ ଇରାନ ଇସ୍ରାଏଲ ମଧ୍ୟରେ ଘଟିଥିବା ସମସ୍ତ ଘଟଣାକୁ ନେଇ ଚିନ୍ତିିତ।












Click it and Unblock the Notifications